Latest Odisha News

BREAKING NEWS

ହଷ୍ଟେଲରେ ମିଳିଲା ମଦ ପାଉଚ୍; ୯ ହାଇସ୍କୁଲର ଛାତ୍ର ବହିଷ୍କୃତ

ନବରଙ୍ଗପୁର: ହଷ୍ଟେଲରେ ମଦ ପାଉଚ୍ ମିଳିବା ପରେ ୯ ଛାତ୍ର ବହିଷ୍କୃତ । ପାପଡ଼ାହାଣ୍ଡି ବ୍ଲକ ମାନିଗା ସରକାରୀ ହାଇସ୍କୁଲର ୯ ଛାତ୍ର ବହିଷ୍କୃତ ହୋଇଛନ୍ତି । ସୂଚନାଥାଉକି, ନବମ ଶ୍ରେଣୀର ୪ ଓ ଦଶମ ଶ୍ରେଣୀର ୫ ଛାତ୍ର ବହିଷ୍କୃତ ହୋଇଛନ୍ତି ।

ତେବେ ୭ ଦିନ ପାଇଁ ସ୍କୁଲ୍‌ରୁ ବହିଷ୍କାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ସୂଚନାଥାଉକି, ମଦ ପାଉଚ ପଡ଼ିବା ସହ ରୁମରୁ ସିଗାରେଟ ଗନ୍ଧ ହେଉଥିବା ପ୍ରଧାନଶିକ୍ଷକ ଖବର ପାଇଥିଲେ । ଏନେଇ ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ବିଦ୍ୟାଳୟକୁ ଡକାଇ ତଦନ୍ତ କରିଥିଲେ ।

ଛାତ୍ରମାନେ ବିଶୃଙ୍ଖଳା କରୁଥିବାରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବହିଷ୍କାର କରାଯାଇଥିବା ପାପଡାହାଣ୍ଡି କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ କହିଛନ୍ତି ।

 

Comments are closed.