ନୂଆଦିଲ୍ଲୀ: ବିକ୍ରି ହୋଇଯିବ ୯୦ ବର୍ଷ ପୁରୁଣା ଲିପଷ୍ଟିକ୍ କମ୍ପାନୀ ରେଭଲନ । ଦେବାଳିଆ ହୋଇଯିବା ପରେ ବିକ୍ରି ହେବାକୁ ଆବେଦନ କରିଛି ଆମେରିକାର ଏହି ପ୍ରତିଷ୍ଠିତ କମ୍ପାନୀ। ଗୋଟିଏ ସମୟ ଥିଲା ଯେତେବେଳେ ଆମେରିକୀୟ ମାନେ ଏହି କସମେଟିକ୍ କମ୍ପାନୀ ରେଭଲନର ଲିପଷ୍ଟିକ ଲଗାଇବାକୁ ଅଧିକ ପସନ୍ଦ କରୁଥିଲେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଆସିବାପରେ ଏବେ ଏହି କମ୍ପାନୀ ପଛରେ ପଡ଼ିଯାଇଛି। ଏବେ ଏହି କମ୍ପାନୀ ଲୋନ୍ ଦେବାରେ ଅସମର୍ଥ ହେବା ପରେ ଋଣ ପରିଶୋଧ ପାଇଁ ବିକ୍ରି ହେବାକୁ ଆବେଦନ କରିଛି। ଏହି କମ୍ପାନୀ ଉପରେ ୧୦ ବିଲିୟନ ଡଲାର ଋଣ ରହିଥିବା ସୂଚନା ରହିଛି। ରେଭଲନର ନେଲପଲିସ୍ ଏବଂ ଲିପଷ୍ଟିକ୍ ପାଇଁ ଜଣାଶୁଣା। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେବ୍ରା ପେରେଲମାନ ଏକ ବିବୃତ୍ତିରେ କମ୍ପାନୀର ବିକ୍ରି ବାବଦରେ ସୂଚନା ଦେଇଛନ୍ତି।
BREAKING NEWS
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…
- ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…
- ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
- ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ
- “ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ ପଲିଟେକ୍ନିକ୍ କଲେଜ
- ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…
- ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ
- ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ
- Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି
Comments are closed.