Latest Odisha News

BREAKING NEWS

ଆଲିଆଙ୍କୁ ବିବାହ ପରେ ଶ୍ରଦ୍ଧାଙ୍କ ସହ ରୋମାନ୍ସ କରୁଛନ୍ତି ରଣବୀର !

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଆଲିଆଙ୍କୁ ବିବାହ କରିବା ପରେ ଏବେ ଶ୍ରଦ୍ଧା କପୁରଙ୍କ ସହ ସୁଟିଂ ସେଟରେ କରୁଛନ୍ତି ରୋମାନ୍ସ। ଯାହାର ଫଟେ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ହୋଇଥିବା ଫଟୋରେ ରଣବୀର କପୁର ଓ ଶ୍ରଦ୍ଧା କପୁର ବହୁତ ମଜାମସ୍ତି କରୁଥିବାର ନଜର ଆସିଛନ୍ତି। ଗୋଟିଏ ଫଟୋରେ ରଣବୀର ଶ୍ରଦ୍ଧାଙ୍କୁ କୋଳରେ ଧରିଥିବା ବେଳେ ଲାଗୁଛି ସେମାନେ କୌଣସି ରୋମାଣ୍ଟିକ୍ ସିନ୍ କିମ୍ବା ଗୀତ ଶୁଟ୍ କରୁଛନ୍ତି। ରଣବୀର ଓ ଶ୍ରଦ୍ଧାଙ୍କ ଏହି ଫଟୋ ସ୍ପେନର ବୋଲି କୁହାଯାଉଛି। ରଣବୀର ଓ ଶ୍ରଦ୍ଧା ଏବେ ଲଭ୍ ରଞ୍ଜନଙ୍କ ଏକ ଅନଟାଇଟଲ୍ଡ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନରେ ରଣବୀର ଏବେ ବ୍ୟସ୍ତ ଅଛନ୍ତି। ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟରୁ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ଦୈନିକ ଜାଗରଣକୁ ଦେଇଥିବା ଏକ ସାକ୍ଷାତକାରରେ ରଣବୀର କପୁର ଆଲିଆଙ୍କ ସହ ଥିବା ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆଲିଆ ଯେଉଁ ଅଡିସନର ସ୍ୱପ୍ନ ଦେଖନ୍ତି, ତାକୁ ଦେଖି ମୁଁ ସତରେ ଡରିଯାଇଥାଏ। ଏମିତି କେବେ ଦେଖି ନଥିଲି। କିନ୍ତୁ ମୁଁ ଯେଉଁଠି ବି ଅଛି ଖୁସିରେ ଅଛି। ଏଠାରେ ମୋ ଗାଡ଼ି ଭଲ ଚାଲିଛି, ମୁଁ ଏତେ ଖୁସି ନୁହେଁ। ମୋର କୌଣସି ହଲିଉଡ୍ ସ୍ୱପ୍ନ ନାହିଁ।

Leave A Reply

Your email address will not be published.