Latest Odisha News

BREAKING NEWS

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି ।

ଉତ୍ତର ତ୍ରିପୁରାର ବାରହାଲ୍ଡି ଗାଁରେ ଜଣେ ୯୦ବର୍ଷୀୟା ମହିଳାଙ୍କ ସହ ଦୁଇଜଣ ବ୍ୟକ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ତେବେ ଗୁରୁବାର ଦିନ ଏତଲା ଦାୟର ହେବା ପରେ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସର ତନାଘନା ଜାରି ରହିଛି ।

ତଦନ୍ତରୁ ଜଣାପଡିଛି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡିତାଙ୍କୁ ଜେଜେମା କହିବା ସହ ତାଙ୍କ ଘରେ ଭଡାରେ ରହୁଥିଲେ । ତେବେ ଘଟଣାଦିନ ରାତିରେ ଦୁଇ ଅଭିଯୁକ୍ତ ମହିଳାଙ୍କ ଘରେ ଧସେଇ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅନ୍ୟପଟେ ଅବସ୍ଥା ଗୁରୁତର ହୋଇଥିଲେ ବି ଥାନାରେ ଏତଲା ଦେବାକୁ ପୀଡିତା ସାହାସ କିମ୍ବା ବଳ ଜୁଟାଇପାରିନଥିଲେ ।

ତେବେ କୌଣସିମତେ ବନ୍ଧୁବାନ୍ଧବ ଘଟଣା ବିଷୟରେ ଜାଣିବା ପରେ ଥାନାରେ ଏତଲା ଦିଆହୋଇଥିଲା । ୫ଦିନ ପରେ ଏତଲା ଗ୍ରହଣ କରି ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିଲା । ଶରୀରରେ ଲାଗିଥିବା ଆଘାତକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.