Latest Odisha News

BREAKING NEWS

ବିଶ୍ୱର ୨ ନମ୍ବର ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ

ବୁଚାରେଷ୍ଟ: ବିଶ୍ୱର ୨ ନମ୍ବର ମହିଳା ଟେନିସ ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ରୋମାନିଆର ହାଲେପ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରାଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଚେକ ରିପବ୍ଲିକର କରୋଲିନା ପ୍ଲେସକୋଭାଙ୍କୁ ହରାଇ ସେ କ୍ୟାରିୟରର ପ୍ରଥମ ଇଟାଲିଅନ ଓପନ ଜିତିଥିଲେ । ଏହା ପରେ ଯଦି ଫ୍ରେଂଚ ଓପନରେ ଟାଇଟଲ ହାସଲ କରିଥାନ୍ତେ ତାହାହେଲେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇପାରିଥାନ୍ତେ ।

Leave A Reply

Your email address will not be published.