ଭୁବନେଶ୍ବର : ହାରିବ କରୋନା, ଜିତିବ ମଣିଷ । ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା । ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ବାଉରୀ ସାହୁ ।
ଗତ ମେ ୩ ତାରିଖରେ କରୋନା ଆକ୍ରାନ୍ତ ହେବା ପରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତର ଓ ନର୍ସଙ୍କ ଚିକିତ୍ସା ଫଳରେ ସେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୃଦ୍ଧା ଜଣଙ୍କ ସୁସ୍ଥ ହେବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ବିଶି ସାହୁ । ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ବାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
Comments are closed.