Latest Odisha News

୭୪ ବର୍ଷର ଚାକିରୀରେ ଦିନେ ବି ଛୁଟି ନେଇ ନାହାନ୍ତି ଏହି ବୃଦ୍ଧା କର୍ମଚାରୀ

ନୂଆଦିଲ୍ଲୀ: ଅଫିସରୁ ଅତିରିକ୍ତ ଛୁଟି ନେବା ପାଇଁ କର୍ମଚାରୀମାନେ ଅନେକ ବାହନା କରିଥାନ୍ତି । ମାତ୍ର ଆପଣ କେବେ ବିଶ୍ୱାସ କରିବେ କି ଜଣେ ମହିଳା ୭୪ ବର୍ଷ ଚାକିରୀ କାଳରେ ଦିନେ ବି ଛୁଟି ନେଇ ନ ଥିବେ । ଆଜ୍ଞା ହଁ । ଟେକ୍ସାସରେ ମେଲବା ମେବାନେ ଏକ ଡିପାର୍ଟମେଂଟାଲ ଷ୍ଟୋରରେ କାର୍ଯ୍ୟ କରୁଥିଲେ । ସେ ସେଠାରେ ୭୪ ବର୍ଷ କାର୍ଯ୍ୟ କରିଥିଲେ । ୯୦ ବର୍ଷ ବୟସରେ ତାଙ୍କୁ ଅବସର ଦିଆଯିବା ବେଳେ ସମସ୍ତଙ୍କ ଆଖିରେ ଲୁହ ଥିଲା । ମ୍ୟାନେଜର ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ । ସେ ମୋ ମାଆ ସଦୃଶ ଥିଲେ । ତାଙ୍କର ଏତେ ଅଭିଜ୍ଞତା ଥିଲା ଯେ, ଅନ୍ୟମାନେ ନିଶ୍ଚିନ୍ତରେ ରହୁଥିଲେ ।

ସେ ଅବସର ନେଇଥିଲେ ମଧ୍ୟ ସର୍ବଦା ଆମ ସହିତ ଜଡିତ ହୋଇ ରହିବେ । ତାଙ୍କ ପାଇଁ ଆମ ଷ୍ଟୋର ସର୍ବଦା ଖୋଲା ରହିଛି । ୧୯୪୯ରେ ମେୟର ଆଣ୍ଡ ସ୍କିମଡିଟ ଡିପାର୍ଟମେଂଟାଲ ଷ୍ଟୋରରେ ସେ କାମ ଆରମ୍ଭ କରିଥିଲେ । କ୍ରମାଗତ ଭାବେ ୭୪ ବର୍ଷ କାର୍ଯ୍ୟ କରି ସେ ଦିନେ ବି ଛୁଟି ନେଇ ନ ଥିଲେ । ତାଙ୍କପ୍ରତି ଉତ୍ସର୍ଗୀକୃତ କର୍ମଚାରୀ ମିଳିବା ପ୍ରାୟତଃ ଅସମ୍ଭବ ବୋଲି ଉକ୍ତ ଷ୍ଟୋରର ମ୍ୟାନେଜର କହିଛନ୍ତି ।

Comments are closed.