Latest Odisha News

BREAKING NEWS

ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠତା ଅଚ୍ୟୁତ ସାମନ୍ତଙ୍କୁ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଶୁକ୍ରବାର ବିଶ୍ୱବିଦ୍ୟାଳୟର ୯ମ ସମାବର୍ତନ ଉତ୍ସବ ଅବସରରେ ଶ୍ରୀ ସାମନ୍ତଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡିଲିଟ୍ ‘ପ୍ରଜ୍ଞା ବାଚସ୍ପତି’ ସମ୍ମାନ ପ୍ରଦାନ କରାଯାଇଛି ।

ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସମ୍ମାନସୂଚକ ଡକ୍ଟୋରେଟ ପ୍ରଦାନ କରାଯାଇଛି । ଓଡ଼ିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଶ୍ରୀ ସାମନ୍ତଙ୍କୁ ଡକ୍ଟୋରେଟ ପ୍ରଦାନ କରିଥିଲେ ।

ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ତଥା ଶିକ୍ଷାବିତ୍ ଡ. ପ୍ରତିଭା ରାୟ ଦୀକ୍ଷାନ୍ତ ଭାଷଣ ଦେବା ସହ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ଦିଆଯାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଶ୍ରୀ ସାମନ୍ତ ଶିକ୍ଷା ଓ ସମାଜସେବା ପାଇଁ ଯେଉଁ କାମ କରୁଛନ୍ତି ସେଥି ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ ପ୍ରଦାନ କରିବା ଉଚିତ ବୋଲି ଡ. ରାୟ କହିଥିଲେ ।

ଏହା ହେଉଛି ଶ୍ରୀ ସାମନ୍ତଙ୍କ ୫୩ତମ ଡକ୍ଟୋରେଟ । ଏହି ସମ୍ମାନ ପାଇଁ ଶ୍ରୀ ସାମନ୍ତଙ୍କୁ ମନୋନୀତ କରିଥିବାରୁ ଶ୍ରୀ ସାମନ୍ତ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଓ ଶିକ୍ଷା ପରିଷଦକୁ ନିଜର କୃତଜ୍ଞତା ଜଣାଇଛନ୍ତି । ପୁରୀ ମାଟିରେ ନିଜର ଶିକ୍ଷା ଯାତ୍ରା ଆରମ୍ଭ କରି ଏଠାରୁ ସମ୍ମାନସୂଚକ ଡକ୍ଟୋରେଟ ପାଇବା ସୌଭାଗ୍ୟର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହା ତାଙ୍କୁ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ଦୀକ୍ଷାନ୍ତ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର ପଣ୍ଡା, କୁଳସଚିବ ସୁମିତ୍ରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.