Latest Odisha News

BREAKING NEWS

ଯାଜପୁରରେ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି ପ୍ରାୟ ୯୦୦ ଅଯୋଗ୍ୟ ହିତାଧିକାରୀ

ଯାଜପୁର: ଯାଜପୁର ଜିଲ୍ଲାରେ ମୋଟ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଡକ୍ୟୁମେଣ୍ଟ ଜାଲିଆତି କରି ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି। ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ସେମାନଙ୍କୁ ଟଙ୍କା ଫେରସ୍ତ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ ଜାଲ କାଗଜପତ୍ର ପ୍ରସ୍ତୁତ କରି ବାର୍ଦ୍ଧକ୍ୟ ପେନସନ ଯୋଜନାରେ ଆର୍ଥିକ ଲାଭ ଉଠାଇଛନ୍ତି। ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ଏହି ଜାଲିଆତି ସାମ୍ନାକୁ ଆସିଛି। ଯାହା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ତଦନ୍ତ ସମୟରେ ପାଖାପାଖି ୨୯ଟି ଗ୍ରାମପଞ୍ଚାୟତରେ ୮୯୪ ଜଣ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରିଛୁ। ଯେଉଁମାନେ ସେପ୍ଟେମ୍ବର ୨୦୨୩ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଜାଲ କାଗଜପତ୍ର ଦେଖାଇ ବାର୍ଦ୍ଧକ୍ୟ ଭତ୍ତା ନେଉଥିଲେ। ପାଇଥିବା ସମସ୍ତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଫେରସ୍ତ କରିବା ପାଇଁ ଆମେ ସେମାନଙ୍କୁ ନୋଟିସ ପଠାଇଛୁ ବୋଲି ବିଞ୍ଝାରପୁର ବିଡିଓ ହିତାଂଶୁ ସାମଲ ପ୍ରକାଶ କରିଥିବା ନେଇ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

ଅପରପକ୍ଷରେ ଯଦି ସେମାନେ ଜାଲିଆତି କରି ନେଇଥିବା ଟଙ୍କା ଫେରସ୍ତ କରିବାରେ ବିଫଳ ହୁଅନ୍ତି ତେବେ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

Comments are closed.