Latest Odisha News

BREAKING NEWS

ନୂଆ ସଂସଦ ଭବନରେ ପଡ଼ିଥିବା କାର୍ପେଟ୍‌କୁ ବୁଣିଛନ୍ତି ୯୦୦ କାରିଗର, ଲାଗିଛି ୧୦ ଲକ୍ଷ ଘଣ୍ଟାର ସମୟ

ନୂଆଦିଲ୍ଲୀ: ବହୁ ରାଜି ଅରାଜି ଓ ତର୍କ ବିତର୍କ ପରେ ଉଦ୍‌ଘାଟିତ ହୋଇଛି ନୂଆ ସଂସଦ ଭବନ। ସର୍ବଧର୍ମର ପ୍ରାର୍ଥନା ସହ ମନ୍ତ୍ରସିଦ୍ଧ ହୋଇଛି ଆଇନର ଏହି ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିବା ସହିତ ଐତିହାସିକ ସେଙ୍ଗୋଲ୍‌କୁ ବାଚସ୍ପତି ଚୌକୀ ପାଖରେ ସ୍ଥାପନା କରିଛନ୍ତି।

ଏହା ପୂର୍ବରୁ ଉଦ୍‌ଘଟାନ ପାଇଁ ବଲିଉଡ୍‌ର ଦୁଇ ଷ୍ଟାର ଶାହରୁଖ ଖାନ୍ ଓ ଅକ୍ଷୟ କୁମାର ଭଏସ୍‌ ଓଭର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଷ୍ଟାରକୁ ଅନୁରୋଧ କରିବା ମାତ୍ରେ ଦୁଇ ଅଭିନେତା ନିଜ ନିଜ ଭାବାବେଗ ପ୍ରକାଶ କରି ନୂଆ ସଂସଦ ଭବନ ପାଇଁ ଭଏସ ଦେଇଥିଲେ। ଯାହାକୁ ଦୁଇ ଅଭିନେତାଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ୱିଟ୍ କରି ଶେୟାର କରିଥିଲେ।

ନୂଆ ସଂସଦ ଭବନରେ ଅନେକ କିଛି ଖାସ୍ କଥା ରହିଛି। ନୂଆ ଟେକ୍ନୋଲୋଜି ସହ ଭାରରତର କୋଣ ଅନୁକୋଣରୁ କଳାର ଝଲକ ରହିଛି। ସଂସଦ ଭବନକୁ ଖାସ୍ କରିବାକୁ ପାଇଁ ସବୁ ପ୍ରଦେଶ ଫେମସ୍‌ କାରିଗରି ଏଥିରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ? ନୂଆ ସଂସଦ ଭବନର ଉଭୟ ସଦନରେ ଯେଉଁ ସବୁଜ ରଙ୍ଗର କାର୍ପେଟ୍ ପଡ଼ିଛି ତାକୁ ଉତ୍ତର ପ୍ରଦେଶର  ୯୦୦ କାରିଗର ବୁଣିଛନ୍ତି। ଏଥିପାଇଁ ତାଙ୍କୁ ୧୦ ଲକ୍ଷ ଘଣ୍ଟା ସମୟ ଲାଗିଛି।

ଏହି କାର୍‌ପେଟ୍‌ରେ ଜାତୀୟ ପକ୍ଷୀ ମୟୂର ଓ ଫୁଲ ପଦ୍ମର ଚିତ୍ର ରହିଛି। ଭାରତରେ ୧୦୦ ବର୍ଷ ପୁରୁଣା ଓବିଟି କାର୍ପେଟ୍ କମ୍ପାନୀ କରିଛି ସଂସଦ ଭବନ ପାଇଁ କାର୍ପେଟ୍‌ ବୁଣା କାର୍ଯ୍ୟ କରିଛି। କମ୍ପାନୀ କହିଛି ଯେ ଲୋକସଭା ଓ ରାଜ୍ୟ ସଭା ପାଇଁ ବୁଣାକାରମାନେ ୧୫୦ରୁ ଅଧିକ କାର୍ପେଟ ବୁଣିଛନ୍ତି। ଏଗୁଡ଼ିକ ସବୁ ଉଭୟ ସଦନର ବାସ୍ତୁକଳା ସହ ମେଳ କରି ବିଛାଇବା ପାଇଁ ବୁଣାଯିବ।

ଓବିଟା କାର୍ପେଟ୍ର ଚେୟାରମ୍ୟାନ୍ ରୁଦ୍ର ଚାଟାର୍ଜୀ କହିଛନ୍ତି “ବୁଣାକାରମାନେ ପ୍ରତ୍ୟେକ ୧୭,୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ହଲ ପାଇଁ କାର୍ପେଟ ତିଆରି କରିବାକୁ ପଡୁଥିଲା ଏହା ଡିଜାଇନ୍ ଦଳ ପାଇଁ ଏକ ମହତ୍ୱପୂର୍ଣ୍ଣ ଅହ୍ୱାନ ଥିଲା କାରଣ ସେମାନଙ୍କୁ ସାବଧାନତାର ସହ କାର୍ପେଟ୍‌କୁ ଅଲଗା ଅଲଗା କରି ବୁଣିବାର ଥିଲା। ପୁଣି ଏହାକୁ ଯୋଡ଼ିବାର ଥିଲା। ଏଥିପାଇଁ କଳାର ସାମଞ୍ଜସ୍ୟ ଅନୁସାରେ କାର୍ପେଟ୍‌ଗୁଡ଼ିକ ଯୋଡ଼ିବା ସହ ଲୋକଙ୍କ ଓଜନ ଭାରକୁ ସହିବା ମୁଖ୍ୟ ଲକ୍ଷ୍ୟ ଥିଲା।”

ରାଜ୍ୟସଭାରେ ବ୍ୟବହୃତ ହୋଇଥିବା କାର୍ପେଟ୍ ରଙ୍ଗ ମୁଖ୍ୟତ କୋକୁମ୍ ଲାଲ ରଙ୍ଗରୁ ଅନୁପ୍ରମାଣିତ ହୋଇଥିବା ବେଳେ ଲୋକସଭାରେ କାର୍ପେଟ୍‌ ଭାରତୀୟ ମୟୂର ପରର ସବୁଜ ରଙ୍ଗରୁ ପ୍ରେରିତ ହୋଇଛି। ୬୦୦ ମିଲିୟନରୁ ଅଧିକ ଗଣ୍ଟି ଦେଇ ବୁଣାଯାଇଥିଲା କାର୍ପେଟରେ ପ୍ରତି ଇଞ୍ଚରେ ୧୨୦ ଗଣ୍ଟି ରହିଛି। ସଂସଦର ଉଭୟ ସଦନ ପାଇଁ ଉତ୍ତର ପ୍ରଦେଶ ମିର୍ଜାପୁର ଓ ଭାଦୋହୀରୁ କାରିଗରଙ୍କୁ ଅଣାଯାଇଥିଲା। ୧୦ ଲକ୍ଷ ମ୍ୟାନ୍ ଆୱାର ସମୟ ଲମାଗିଥିଲା।

କାମ ବିଷୟରେ ସୂଚନା ଦେଇ ଚାଟାର୍ଜୀ କହିଛନ୍ତି “କରୋନା ମଝି ସମୟରେ ୨୦୨୦ରେ ଆମ କାମ ଆରମ୍ଭ କରିଥିଲୁ। ୨୦୨୧ରେ ସେପ୍ଟେମ୍ବରରେ ବୁଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୨ ମେରେ ଏହା ସରିଯାଇଥିଲା। ୨୦୨୨ ନଭେମ୍ବରରେ ଏହାକୁ ବିଛାଯାଇଥିଲା। ଘନତା ବହୁଳ ଏହି କାର୍ପେଟ୍‌ରେ ଗୋଟିଏ ଇଞ୍ଚରେ ୧୨୦ଟି ଗଣ୍ଠି ପଡ଼ିଥିବା ବେଳେ ଏହାକୁ ବୁଣିବାକୁ ପାଖାପାଖି ୭ ମାସ ସମୟ ଲାଗିଥିଲା।”

 

Comments are closed.