Latest Odisha News

BREAKING NEWS

ଜେଲ ଭିତରେ ରହି ମହାକୁମ୍ଭ ମହାସ୍ନାନରେ ସାମିଲ ହେଲେ କଏଦୀ

ଲକ୍ଷ୍ନୌ: ଜଲରେ ଭିତରେ ମହାକୁମ୍ଭ ସ୍ନାନ କରି ପାପ ଧୋଇଲେ କଏଦୀ । ଖୁସିରେ ନାଚିଲେ । ଉତ୍ତର ପ୍ରଦେଶରେ ଥିବା ସମସ୍ତ ଜେଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜେଲ ଭିତରେ ଥାଇ ମହାକୁମ୍ଭ ମହାସ୍ନାନରେ ବୁଡ ପକାଇଛନ୍ତି ପ୍ରାୟ ୯୦ ହଜାର କଏଦୀ ।

ଉତ୍ତରପ୍ରଦେଶରେ ଥିବା ୭୫ଟି ଜେଲରେ ବନ୍ଦୀ ଥିବା ପ୍ରାୟ ୯୦ ହଜାର କଏଦୀଙ୍କୁ ମହାକୁମ୍ଭର ପବିତ୍ର ସ୍ନାନ କରିବାର ସୁଯୋଗ ଦେିଥିଲେ ଜଲ ଅଧିକାରୀ । ଅଧିକାରୀମାନେ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରୁ କିଛି ଲକ୍ଷ୍ନୌ, ଅଯୋଧ୍ୟା ଏବଂ ଆଲିଗଡ଼ର ବିଭିନ୍ନ ସହରର ଜେଲକୁ ପଠାଇଥିଲେ । ସେଠିକା ଅଧିକାରୀଙ୍କ କହିବା ଅନୁସାରେ, ସଙ୍ଗମ ତ୍ରିବେଣୀ ଜଳକୁ ସାଧାରଣ ପାଣି ସହିତ ମିଶ୍ରିତ କରାଯାଇ ଛୋଟ ଟାଙ୍କିରେ ସଂରକ୍ଷଣ କରାଯାଇଥିଲା, ଯାହା ଦ୍ୱାରା କଏଦୀମାନେ ପବିତ୍ର ସ୍ନାନ କରି ଜେଲରେ ହିଁ ପ୍ରାର୍ଥନା କରିପାରିବେ ।

ୟୁପିର ଜେଲ ମନ୍ତ୍ରୀ ଦାରା ସିଂହ ଚୌହାନ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ, ପ୍ରାୟ ୯୦ ହଜାର କଏଦୀଙ୍କୁ ପବିତ୍ର ସ୍ନାନ କରିବାର ସୁଯୋଗ ଦିଆଯାଇଛି । ସେ କହିଥିଲେ, ୟୁପି ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ କାରାଗାର ବିଭାଗ ଏଭଳି ଅନନ୍ୟ ପଦକ୍ଷେପ ନେଇଛି । ମହାକୁମ୍ଭରୁ ପବିତ୍ର ଜଳ ଆଣି କଏଦୀମାନଙ୍କୁ ଦେଇଛି । ବାହାରର ଲୋକମାନେ ଯେକୌଣସି ସମୟରେ ମହାକୁମ୍ଭ ଯାଇପାରିବେ, କିନ୍ତୁ ଯେଉଁମାନେ ବନ୍ଦୀ ଅଛନ୍ତି, ସେମାନଙ୍କର ବାଧ୍ୟବାଧକତା ଅଛି ଯେ ସେମାନେ ଚାରି କାନ୍ଥ ବାହାରକୁ ବାହାରି ପାରିବେ ନାହିଁ । ଆମ ଜେଲର ସମସ୍ତ ବରିଷ୍ଠ ଏବଂ କନିଷ୍ଠ ଅଧିକାରୀଙ୍କ ସମର୍ଥନରେ, ଉତ୍ତର ପ୍ରଦେଶର ପ୍ରାୟ ନବେ ହଜାର କଏଦୀ ମହାସ୍ନାନ କରିବାର ସୁଯୋଗ ପାଇଛନ୍ତି ।

Comments are closed.