ଭୁବନେଶ୍ୱର: ଖ୍ରୀଷ୍ଟପୂର୍ବ ୧୩ଶହ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ଚକ୍ର ଇଣ୍ଟରପୋଲର ୯୦ତମ ସାଧାରଣ ସଭାରେ ଲୋଗୋରେ ସ୍ଥାନ ପାଇବ । ଆସନ୍ତା ମାସରେ ନୂଆଦିଲ୍ଲୀରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ୧୯୫ଟି ଦେଶର ପୋଲିସ ଅଧିକାରୀ ଯୋଗ ଦେବେ ।
ନିକଟରେ ସିବିଆଇ ପକ୍ଷରୁ ଇଣ୍ଟରପୋଲର ୯୦ତମ ସାଧାରଣ ସଭାର ଲୋଗୋ ଉନ୍ମୋଚିତ କରାଯାଇଛି । ଯେଉଁ ଲୋଗୋରେ ତ୍ରିରଙ୍ଗା ପତ୍ର ଭିତରେ ମଝିରେ ରହିଛି କୋଣାର୍କ ଚକ୍ର । ଇଣ୍ଟରପୋଲ୍ ସହ ଜଡ଼ିତ ସିବିଆଇ ଏହି ଲୋଗୋକୁ ଉପସ୍ଥାପିତ କରିଛି ।
ଏହା ପୂର୍ବରୁ ଭାରତ ୧୯୯୭ରେ ଇଣ୍ଟରପୋଲର ସାଧାରଣ ସଭା ଆୟୋଜନ କରିଥିଲା । ଏବେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଏହି ସୁଯୋଗ ମିଳିଛି । ଇଣ୍ଟରପୋଲର ସଦସ୍ୟ ରାଷ୍ଟ୍ରରେ ପ୍ରତିବର୍ଷ ଏହି ବାର୍ଷିକ ସଭା ଅନୁଷ୍ଠିତ ହୋଇଥାଏ । ଇଣ୍ଟରପୋଲର ତିନିଦିନିଆ ସଭା ଅକ୍ଟୋବର ୧୮ରୁ ଆରମ୍ଭ ହେବ ।
ଏଥିରେ ମୁଖ୍ୟତଃ ଦୁର୍ନୀତି ଏବଂ ସାଇବର ଅପରାଧ ସହ ଇଣ୍ଟରନେଟରେ ଶିଶୁଙ୍କ ଅଶ୍ଲୀଳ ଭିଡିଓ, ନିଖୋଜ ବ୍ୟକ୍ତି ଏବଂ ଆତଙ୍କବାଦ ଉପରେ ଆଲୋଚନା ହେବ । ନୂଆ ବୈଷୟିକ ଜ୍ଞାନକୌଶଳ ସହ ତାଳ ଦେଇ ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ଅପରାଧୀଙ୍କୁ ଠାବ କରିବା ଉପରେ ଆଲୋଚନା ହେବ ।
Comments are closed.