Latest Odisha News

BREAKING NEWS

ଦେଶରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟାରେ ୯ ହଜାର ୧୧୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଯାହାକୁ ମିଶାଇ ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଗତ ୨୪ ଘଣ୍ଟାରେ ୧୪,୦୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୧ କୋଟି ୦୮ ଲକ୍ଷ ୪୭ ହଜାର ୩୦୪ରେ ପହଞ୍ଚିଛି । ଏହା ମଧ୍ୟରୁ ୧,୪୩,୬୨୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୫୫,୧୫୮କୁ ବୃଦ୍ଧି ପାଇଛି ।

ତେବେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୦୫,୪୮,୫୨୧ ରେ ପହଞ୍ଚିଛି।

Leave A Reply

Your email address will not be published.