Latest Odisha News

BREAKING NEWS

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ପୁଣି ମାତିଲେ ଲୁଟେରା । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ଜେଲ ସାମନା ରାସ୍ତାରୁ ଆଜି ସକାଳେ ଏହି ଲୁଟ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ମର୍ଣ୍ଣିଂ ଓ୍ୱାକରେ ଯାଉଥିବା ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଚମ୍ପଟ ମାରିଥିଲେ ।

ଆଜି ସକାଳେ ମହିଳା ଜଣଙ୍କ ମର୍ଣ୍ଣିଂ ଓ୍ୱାକରୁ ଘରକୁ ଫେରୁଥିଲେ । ଏତିକିବେଳେ ସ୍ଥାନୀୟ ଆପାର୍ଟମେଣ୍ଟ ପାଖରେ ତିନି ଜଣ ଠିଆ ହୋଇଥିଲେ । ଜଣେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବେକରୁ ଚେନ୍ ଛିଣ୍ଡାଇ ନେଇଥିଲା । ଏହାପରେ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ ତିନି ଦୁର୍ବୃତ୍ତ । ଟଣା ଓଟରା ବେଳେ ତଳେ ପଡ଼ିଯାଇଥିଲେ ମହିଳା । ପାଖରେ ଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.