Latest Odisha News

BREAKING NEWS

୬୧ ବର୍ଷ ଗର୍ଭରେ ରହିବା ପରେ ବାହାରକୁ ଆସିଲା ପିଲା: ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ବେଜିଂ: ମା ହେବାର ଅଭିଜ୍ଞତା ଯେକୌଣସି ମହିଳାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର । ୯ ମାସର ଗର୍ଭଧାରଣ  ଜଣେ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଥାଏ । ଯେତେବେଳେ ୯ ମାସ ପରେ ଜଣେ ମାଆ ପ୍ରଥମଥର ପାଇଁ ନିଜ ପିଲାକୁ ଦେଖେ , ସେହି ମୁହୁର୍ତ୍ତଟି ତା ପାଇଁ ସ୍ମରଣୀୟ ପାଲଟିଯାଏ । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ଜଣେ ମହିଳା ୬୧ ବର୍ଷ ପର୍ଯ୍ୟନ୍ତ ଶିଶୁଟିକୁ ଗର୍ଭରେ ରଖିବେ ଏବଂ ବୃଦ୍ଧାବସ୍ଥାରେ ନିଜ ସନ୍ତାନକୁ ଜନ୍ମ ଦେବା । ହଁ ଆଜ୍ଞା, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ । ଚାଇନାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ।

ଚାଇନାର ବାସିନ୍ଦା ହୁଆଙ୍ଗ ୟିଜୁନ୍ ୯୨ ବର୍ଷ ବୟସରେ ଏକ ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ପିଲାଟି ଜନ୍ମ ହେଲା ପରେ  ଡାକ୍ତରମାନେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ତାଙ୍କ ପିଲା ଏକ ପଥର ଥିଲା । ୧୯୪୮ ମସିହାରେ ଯେତେବେଳେ ହୁଆଙ୍ଗଙ୍କୁ ୩୧ ବର୍ଷ ହୋଇଥିଲା । ସେତେବେଳେ ସେ ଗର୍ଭବତୀ ହୋଇଥିଲେ। କିନ୍ତୁ ଏହା ପରେ ସେ ନିଜ ପିଲାକୁ ୬୧ ବର୍ଷ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖିଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ ସେ ଗର୍ଭବତୀ ଅଛନ୍ତି, ସେତେବେଳେ ସେ ବହୁତ ଖୁସି ଥିଲେ । କିନ୍ତୁ ଯେତେବେଳେ ଡାକ୍ତରମାନେ କହିଥିଲେ ଯେ ଭ୍ରୁଣ ତାଙ୍କର ଗର୍ଭାଶୟରେ ନାହିଁ , ଗର୍ଭାଶୟ ବାହାରେ ଅନ୍ୟ ଏକ ସ୍ଥାନରେ ଅଛି ସେତେବେଳେ ସେ ଚିନ୍ତିତ ହୋଇ ପଡିଥିଲେ।

ତେବେ ଏପରି ପରିସ୍ଥିତିରେ ଜନ୍ମ ହୋଇଥିବା ଶିଶୁମାନଙ୍କର ବଞ୍ଚିବା ସମ୍ଭାବନା ୨୧ ପ୍ରତିଶତ ଥାଏ । ହୁଆଙ୍ଗଙ୍କ କ୍ଷେତ୍ରରେ ପିଲାଟି ବଞ୍ଚିପାରିଲାନାହିଁ। ହୁଆଙ୍ଗଙ୍କ ଜନ୍ମିତ ସନ୍ତାନ ଏତେ ବଡ ହୋଇଯାଇଥିଲା ଯେ , ତାଙ୍କ ଶରୀର ଏହାକୁ ବାହାର କରିପାରିଲା ନାହିଁ ।

ଏହି କାରଣରୁ ମହିଳା ଜଣକ ପ୍ରସବ କରିପାରିନଥିଲେ | ଭ୍ରୁଣକୁ ବାହାର କରିବା ପାଇଁ ଡାକ୍ତର ମାନେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ ।   କିନ୍ତୁ ଦୁଃଖର ବିଷୟ ଥିଲା ଯେ,  ଏହି ଅସ୍ତ୍ରୋପଚାର ମହିଳା ଏବଂ ତାଙ୍କ ପରିବାର ଲୋକଙ୍କ ପାଇଁ ସମ୍ଭବପର ନଥିଲା । ଏଥିଲାଗି ଅଧିକ ଅର୍ଥର ଆବଶ୍ୟକତା ଥିଲା । ମହିଳା ଜଣଙ୍କୁ ଏହି ଅସ୍ତ୍ରୋପଚାର ପାଇଁ ୧୨ ହଜାର ୫୦୦ ଟଙ୍କା ଦେବାକୁ ପଡିଥାନ୍ତା ।

ହୁଆଙ୍ଗ ଏହି ଅପରେସନକୁ ଅଣଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ  । ଶେଷରେ ୨୦୦୯ ମସିହାରେ ଅର୍ଥାତ୍ ୬୦ ବର୍ଷ ପରେ ସେ  ତାଙ୍କ ପେଟରେ ବଢୁଥିବା ଭ୍ରୁଣଟିକୁ ବାହାର କରିବାକୁ କହିଥିଲେ ।   ଡାକ୍ତର ମାନେ ଯେତେବେଳେ ପିଲାଟିକୁ ବାହାର କରିଥିଲେ ପିଲାଟିର ରୂପ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପିଲାଟି ପଥର ପରି ହୋଇଯାଇଥିଲା ।

ଜଣେ ଡାକ୍ତର ଏନବିସି ନ୍ୟୁଜକୁ କହିଛନ୍ତି ଯେ, ଏପରି ପରିସ୍ଥିତିରେ, ମୃତ ଟିସୁ ଚାରିପାଖରେ କ୍ୟାଲସିୟମ ସୃଷ୍ଟି ହୁଏ । ଏହି କ୍ୟାଲସିୟମ ପରିବର୍ତ୍ତନ ହୋଇ ଏକ ‘ପଥର ଶିଶୁ’ ରେ ପରିଣତ ହୋଇଥାଏ ।

Leave A Reply

Your email address will not be published.