Latest Odisha News

BREAKING NEWS

ଚେସ ବିଶ୍ୱକପ : ଅଳ୍ପକେ ଟାଇଟଲ ହାସଲରୁ ବଂଚିତ ହେଲେ ପ୍ରଜ୍ଞାନନନ୍ଦ

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପରେ ଶେଷରେ ଭାରତକୁ ନିରାଶ ହେବାକୁ ପଡିଛି । ଉଦୀୟମାନ ଚେସ ତାରକା ରମେଶବାବୁ ପ୍ରଜ୍ଞାନନନ୍ଦଙ୍କୁ ହରାଇ ମାଗ୍ନସ କାର୍ଲସେନ ଟାଇଟଲ ହାସଲ କରିଛନ୍ତି । ଗୁରୁବାର ଅନୁଷ୍ଠିତ ଟାଇବ୍ରେକରରେ କାର୍ଲସେନ ୧.୫-୦.୫ରେ ବିଜୟ ହାସଲ କରିଥିଲେ । ର‌୍ୟାପିଡ ଗେମରେ ନରୱେର କାର୍ଲସେନ ୪୭ତମ ମୁଭ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲେ । ପ୍ରଥମ ଗେମ କାର୍ଲସେନ ଜିତିବା ପରେ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ପ୍ରଜ୍ଞାନନନ୍ଦଙ୍କ ନିକଟରେ ସୁଯୋଗ ରହିଥିଲା । ମାତ୍ର ଦ୍ୱିତୀୟ ଗେମ ୨୨ତମ ମୁଭ ପରେ ଡ୍ର ହୋଇଥିଲା । ପ୍ରଜ୍ଞାନନନ୍ଦ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ସାରା ବିଶ୍ୱର ଚେସ ଖେଳାଳିଙ୍କୁ ଚକିତ କରିଛନ୍ତି । ଫାଇନାଲର ପ୍ରଥମ ୨ଟି ଗେମ ଡ୍ର ରହିଥିଲା ।

୨୧ ବର୍ଷ ପରେ ଭାରତ ନିକଟରେ ଏହି ଟାଇଟଲ ଜିତିବା ସୁଯୋଗ ଉପନୀତ ହୋଇଥିଲା । ୨୦୦୨ରେ ବିଶ୍ୱନାଥନ ଆନନ୍ଦ ଶେଷ ଥର ପାଇଁ ଭାରତ ପକ୍ଷରୁ ଚାମ୍ପିୟନ ହୋଇଥିଲେ । ଅପରପକ୍ଷରେ କାର୍ଲସେନ ମଧ୍ୟ ପ୍ରଥମ ଥର ପାଇଁ ଫିଡେ ବିଶ୍ୱକପରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଶ୍ୱନାଥନ ଆନନ୍ଦ ଓ ଲେଭନ ଆରୋନିୟନ ୨ଥର ଲେଖାଁଏ ଏହି ଟାଇଟଲ ହାସଲ କରିଛନ୍ତି । ପ୍ରଜ୍ଞାନନନ୍ଦ ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଥିଲେ । ୨୦୧୬ରେ ସେ ସର୍ବକନିଷ୍ଠ ଖେଳାଳି ଭାବେ ଆଇଏମ ହୋଇଥିଲେ ।

Leave A Reply

Your email address will not be published.