Latest Odisha News

୯୪ ବର୍ଷ ବୟସରେ ବୃଦ୍ଧା ଲେଖିଲେଣି ୮୦ ଲକ୍ଷ ଥର ରାମଙ୍କ ନାମ

ଉତ୍ତରାଖଣ୍ଡ: ପୁରାଣରେ କୁହାଯାଇଛି ଯେ, ଯଦି କେହି ପ୍ରତ୍ୟେକ ଦିନ ରାମଙ୍କ ନାମ ଜପ କରନ୍ତି, ତେବେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥାଏ । ଲୋକମାନେ ଏହି ଆଶାରେ ମନ୍ଦିର ପରିଦର୍ଶନ କରନ୍ତି, ସେମାନେ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୁଅନ୍ତି । ଆଉ ପ୍ରଭୁଙ୍କ ପ୍ରତି ନିଜ ଭକ୍ତିକୁ କିଛି ଭିନ୍ନ ଉପାୟରେ ଜାହିର କରିଥାନ୍ତି । ଏବେ ଜଣେ ୯୪ ବର୍ଷୀୟା ଭକ୍ତଙ୍କ ଆଶ୍ଚର୍ଯ୍ୟଜନକ ଭକ୍ତି ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ସେ ଏ ବୟସରେ ୮୦ ଲକ୍ଷ ଥର ରାମଙ୍କ ନାମ ଲେଖି ଚର୍ଚ୍ଚାକୁ ଆସିଛନ୍ତି ।

ଓଡ଼ିଶାର ଏକ ବିଦ୍ୱାନ ପରିବାରରେ ଜନ୍ମ ଗ୍ରହଣ କରିଥିବା ମାନ୍ଥା ଶୁଭଲକ୍ଷ୍ମୀ ଏକ ଡ଼ାଏରୀରେ ରାମଙ୍କ ନାଁକୁ ୮୦ ଲକ୍ଷ ଥର ଲେଖିଛନ୍ତି । ଖୁବ୍ ଶୀଘ୍ର ସେ ରାମଙ୍କ ନାମ ଏକ କୋଟିରୁ ଅଧିକ ଥର ଲେଖିବାକୁ ଆଶା ରଖିଛନ୍ତି । ପିଲାଦିନରୁ ସେ ରାମଙ୍କ ଭକ୍ତ ପାଲଟି ଯାଇଛନ୍ତି । ସେ ଏହି କାର୍ଯ୍ୟ କ୍ରମାଗତ ଭାବରେ କରିଆସୁଛନ୍ତି । ତାଙ୍କର ଏହି ଭକ୍ତି ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମେ ଓ ଲୋକମାନେ ତାଙ୍କଠାରୁ ଆଶୀର୍ବାଦ ମଧ୍ୟ ନିଅନ୍ତି ।

ଶୁଭଲକ୍ଷ୍ମୀ ଆନ୍ଧ୍ରପ୍ରଦେଶର ଏକ ଆଧ୍ୟାତ୍ମିକ ଶିବିରରେ ରାମଙ୍କ ନାମ ଲେଖିବା ପାଇଁ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ସ୍ୱାମୀ ସ୍ୱର୍ଗତ ସର୍ବେଶ୍ୱର ଶାସ୍ତ୍ରୀ ମଧ୍ୟ ପ୍ରଭୁ ରାମଙ୍କ ନାମ ଜପ କରୁଥିଲେ । ସେ ଗତ କିଛି ମାସ ଧରି ଉତ୍ତରାଖଣ୍ଡର ଚାମ୍ବାରେ ରହୁଛନ୍ତି । ସେଠାରେ ସେ ଲୋକମାନଙ୍କୁ ରାମଙ୍କ ନାମ ଲେଖିବାର ମହତ୍ୱ ସମ୍ପର୍କରେ ବୁଝାଉଛନ୍ତି ।

ଶୁଭଲକ୍ଷ୍ମୀ କହିଛନ୍ତି ଯେ, ଏହି କଳିଯୁଗରେ କେବଳ ରାମ ନାମ ଜପିଲେ ହିଁ ମଣିଷକୁ ମୁକ୍ତି ମିଳିପାରିବ । ତାଙ୍କର ଏପରି ଭକ୍ତି ଦେଖି ଲୋକେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥାନ୍ତି । ତାଙ୍କର ଛୋଟବେଳୁ ହିଁ ରାମଙ୍କ ପ୍ରତି ଭକ୍ତି ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.