Latest Odisha News

BREAKING NEWS

ଜାତୀୟ ସିକଲ ସେଲ୍ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶର ଶାହଦୋଲ ଜିଲ୍ଲା ଅନ୍ତର୍ଗତ ଲାଲପୁର ଗ୍ରାମରେ ଜାତୀୟ ସିକଲ ସେଲ ଏନିମିଆ ବିଲୋପ ମିଶନ ୨୦୨୭ର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ପ୍ରାୟ ୩.୫୭ କୋଟି ଡିଜିଟାଲ କାର୍ଡ ବଣ୍ଟନ କରିଛନ୍ତି। ସେହିପରି ଏଏକ କୋଟିରୁ ଅଧିକ ପିଭିସି ଆୟୁଷ୍ମାନ ଭାରତ କାର୍ଡ ବିତରଣ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ବିଶ୍ୱର ଅଧା ସିକଲ ସେଲ୍ ଆନେମିଆ ରୋଗ ଭାରତରେ ହେଉଛି। ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଏହି ସମସ୍ୟାର ସଠିକ୍ ନିରାକରଣ ହୋଇ ନଥିବାରୁ ଆଜି ଏଭଳି ସମସ୍ୟା ଦେଖାଦେଇଛି। ବିଶେଖ କରି ଅଦିବାସୀମାନେ ଏହି ରୋଗରେ ଅଧିକ ପୀଡ଼ିତ ହେଉଛନ୍ତି। ବର୍ତ୍ତମାନ ଏହି ରୋଗର ମୂଳୋତ୍ପାଟନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନା ଥାଉକି, ୨୦୨୩ କେନ୍ଦ୍ର ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଏହି ମିଶନ ଘୋଷଣା କରାଯାଇଥିଲା। ପ୍ରଭାବିତ ଆଦିବାସୀ ଅଞ୍ଚଳରେ ୦-୪୦ ବର୍ଷ ବୟସର ପ୍ରାୟ ୭ କୋଟି ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରି ସର୍ବଭାରତୀୟ ସ୍ତରରେ ସ୍କ୍ରିନିଂ କରି ଏହି ରୋଗକୁ ବିଲୁପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ମିଶନ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଝଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ଉତ୍ତରପ୍ରଦେଶ, କେରଳ ବିହାର ଓ ଉତ୍ତରାଖଣ୍ଡ ଭଳି ୧୭ ଟି ରାଜ୍ୟର ୨୭୮ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏବଂ ଉତ୍ତରାଖଣ୍ଡ। ବିଜେପି ସରକାର ଏହି ମିଶନର ନେତୃତ୍ୱ ନେବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ଦଲର ଏକ ପ୍ରାଥମିକ ପଦକ୍ଷେପ ବୋଲି ପିଏମ ମୋଦୀ ଘୋଷଣା କରିଛନ୍ତି।

ସିକଲ ସେଲ ଆନେମିଆ ରୋଗକୁ ବିଲୋ କରିବା ପାଇଁ ଆଗାମୀ ବର୍ଷରେ ଏହାକୁ କେନ୍ଦ୍ରୀୟ ମିଶନ ଭାବ ଗ୍ରହଣ କରାଯିବ।କୁ ଯୋଜନା କରାଯାଇଛି। ୨୦୪୭ରେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳିବ। ତା ପୂର୍ବରୁ ଦେଶ ଓ ଦେଶର ଅଧିବାସୀ ଏରିଆ ଏହି ରୋଗରୁ ମୁକ୍ତ ହୋଇସାରିଥିବେ।

Leave A Reply

Your email address will not be published.