ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାରତରେ ୧୨ ହଜାର ଅତିକ୍ରମ କରିସାରିଲାଣି । ତେବେ ଦେଶର ପ୍ରାୟ ୩୨୫ ଜିଲ୍ଲାରେ ହୋଇନି କରୋନା ସଂକ୍ରମଣ । ଏହି ସବୁ ଜିଲ୍ଲାରୁ ଗୋଟିଏ ହେଲେ କରୋନା ମାମଲା ଆସିନାହିଁ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।
ଗତ ୨୪ ଘଣ୍ଟାରେ ୧୮୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ୯୪୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୩୭ ଜଣ ପ୍ରାଣ ହରାଇଛନ୍ତି ବୋଲି ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଆଇସିଏମଆର ମୁଖ୍ୟ କହିଛନ୍ତି ଯେ, ଦେଶର ସବୁଠାରେ ଆଣ୍ଟିବଡି ଟେଷ୍ଟର ବ୍ୟବହାର ଫାଇଦା ଦେବ ନାହିଁ । ହଟସ୍ପଟ୍ କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ । ଦେଶରେ ତେବେ ସୁଧା ୨ ଲକ୍ଷ ୯୦ ହଜାରରୁ ଅଧିକ ଟେଷ୍ଟ୍ କରାଯାଇଛି । ଆମ ପାଖରେ ପର୍ୟ୍ୟାପ୍ତ କିଟ୍ ମହଜୁଦ ରହିଛି । ରାପିଡ୍ ଆଣ୍ଟିବଡିର ପ୍ରୟୋଗ ଡାଏଗ୍ନୋସିସ୍ ପାଇଁ କରାଯିବ ନାହିଁ । ଗୃହ ମନ୍ତ୍ରାଳୟ କହିଛି ଯେ, ରାଜ୍ୟ ସରକାର ଲକଡାଉନକ କଡାକଡି ଭାବେ ପାଳନ କରୁଛନ୍ତି । ଯେଉଁଠାରେ ଏହା ପାଳନ ନହେବ ସେଠାରେ ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.