Latest Odisha News

BREAKING NEWS

ସକାଳ ୧୦ ସୁଦ୍ଧା ୯୫ ମୃତଦେହ ଚିହ୍ନଟ, ୮୪ ଜଣଙ୍କୁ କ୍ଷତିପୂରଣ: ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସୁବିଧା ଯୋଗାଇବା ଏବେ ମୁଖ୍ୟ ପ୍ରାଥମିକତା ରହିଛି ବୋଲି ରେଳବାଇର ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି। ସେ କହିଛନ୍ତି ଯେ ରେଳ ବିଭାଗ ପକ୍ଷରୁ ସବୁ ହସ୍ପିଟାଲ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

ଆଜି ସକାଳ ୧୦ଟା ସୁଦ୍ଧା  ୯୫ଟି ମୃତଦେହ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୪ ଜଣଙ୍କୁ କ୍ଷତିପୂରଣ ଟଙ୍କା ଦିଆଯାଇ ସାରିଲାଣି। ଏପର୍ଯ୍ୟନ୍ତ ଦୁର୍ଘଟଣା ବାବଦକୁ ପାଖାପାଖି ୬କୋଟି ୯୦ ଲକ୍ଷ ଟଙ୍କା ଦିଆଯାଇ ସରିଲାଣି ବୋଲି ଶ୍ରୀ ଶାହୁ ସୂଚନା ଦେଇଛନ୍ତି। ଯଦି କୌଣସି ସମସ୍ୟା ଥାଏ ତେବେ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ବିଶ୍ଵଜିତ ସାହୁ କହିଛନ୍ତି ଅନୁରୋଧ କରିଛନ୍ତି।

ସେପଟେ ଦୁର୍ଘଟଣା ସ୍ଥଳରେ ସିବିଆଇ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରି ସାରିଲେଣି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଥିଲେ। ସିବିଆଇ ସ୍ୱତନ୍ତ୍ର ଭାବେ ତଦନ୍ତ କରୁଛନ୍ତି। ସେମାନେ ତାଙ୍କ ବାଟରେ ତଦନ୍ତ କରିବେ ବୋଲି ବିଶ୍ୱଜିତ୍ କହିଛନ୍ତି।

ସେହିପରି ଟ୍ରେନ୍ ଚଳାଚଳ ନେଇ ସେ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଉଭୟ ଅପ ଓ ଡାଉନ ଲାଇନରେ ଟ୍ରେନ ପାସ କରୁଛି। ସ୍ପେଶାଲ ଟ୍ରେନ ମଧ୍ୟ ଚଲା ହୋଇ ସାରିଲାଣି। ରେଗୁଲାର ଟ୍ରେନ ଓ ବନ୍ଦେ ଭାରତ ମଧ୍ୟ ସେହି ରୁଟରେ ଗଲାଣି। ସମ୍ପୂର୍ଣ୍ଣ ଠିକ ଭାବରେ ଟ୍ରେନ ଚଲାଚଳ ଚାଲିଛି ବୋଲି ଶ୍ରୀ ସାହୁ କହିଛନ୍ତି।

Comments are closed.