Latest Odisha News

BREAKING NEWS

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ୯୫ ପୋଲିସ

କଟକ: କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଥିବା ୯୫ ପୋଲିସ୍ କର୍ମଚାରୀଙ୍କୁ ସୋମବାର ଦିନ ଓଡିଶା (ଡିଜିପି) ଅଭୟ ସୋମବାର ଦିନ ପ୍ରଶଂସା କରିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏନେଇ ଟ୍ୱିଟ୍ କରିଛନ୍ତି ଡିଜିପି ।

ଡିଜିପି ଟ୍ୱିଟ ଜରିଆରେ କହିଛନ୍ତି, “ସୁସ୍ଥ ହେବା ପରେ ସେମାନେ ନିଜକୁ ଆଗଧାଡିର ସେବାରେ ସମର୍ପିତ କରିଛନ୍ତି । ଏବେ ଏହି ପୋଲିସ କର୍ମଚାରୀ ମାନେ ଅନ୍ୟମାନଙ୍କୁ ସୁରକ୍ଷା ଦେବାକୁ ଆଗଧାଡିକୁ ଫେରୁଛନ୍ତି ।

ଏହି ପୋଲିସ୍ କର୍ମଚାରୀଙ୍କର ଜନସେବା ପ୍ରତି ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତାକୁ ସମ୍ମାନ ଜଣାଇବା ସହ ସେମାନେଙ୍କୁ “ସ୍ୱତନ୍ତ୍ର ପ୍ରଶଂସା” ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Comments are closed.