Latest Odisha News

BREAKING NEWS

କରୋନାର କରୁଣ ଚିତ୍ର, ଶବକୁ ମିଳିଲାନି କାନ୍ଧ

ଗଞ୍ଜାମ: କରୋନାର କରୁଣ ଚିତ୍ର । ଶବକୁ ମିଳିଲାନି କାନ୍ଧ । ସଂକ୍ରମଣ ଭୟରେ କେହିବି ପାଖ ତଡ ମାଡିଲେନି । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ଏନ୍‌ଏସି ଅଂଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

ବୁଗୁଡ଼ା ଅଂଚଳର ଜଣେ ଯୁବ ବ୍ୟବସାୟୀଙ୍କ ୮ରୁ ୧୦ ଦିନ ହେବ ଜ୍ୱରରେ ପୀଡିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କର ପୂର୍ବରୁ ସ୍ୱାବ ସଂଗ୍ରହ କରାଯାଇନଥିବା ବେଳେ ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ତାଙ୍କ ପାଖକୁ ଆସିନଥିଲେ । ଏପରିକି ମର ଶରୀରକୁ ମଧ୍ୟ କାନ୍ଧ ଦେଇନଥିଲେ ଲୋକେ । ଫଳରେ ଏକ ଟ୍ରଲି ସାହାର‌୍ୟ୍ୟରେ ନେଇ ସତ୍କାର କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Leave A Reply

Your email address will not be published.