Latest Odisha News

BREAKING NEWS

ବାହାଘରରେ ସାମିଲ ୯୫ ଜଣ କରୋନା ପଜିଟିଭ୍, ଆଖି ବୁଜିଲେ କନ୍ୟା ପିତା

ଜୟପୁର: କରୋନା କାଳରେ ବାହାଘର ଓ ଅସାବଧାନ ହେଲେ ପରିଣାମ ଭୟଙ୍କର ହେଉଛି । ବାହାଘର ଖୁସିକୁ ବେଳେବେଳେ ପାଣିଚିଆ କରି ଦେଉଛି ଘାତକ କରୋନା । କରୋନା ପଶି ଯାଉଛି । ବାହାଘରରେ ସାମିଲ ୯୫ ଜଣ ଦିନକରେ ସଂକ୍ରମିତ ହୋଇଛନ୍ତି । ରାଜସ୍ଥାନର ଝୁନଝୁନ ଜିଲ୍ଲା ଅନ୍ତର୍ଗତ ସିଆଲୁକାଲା ଗାଁରେ ବାହାଘରରେ ସାମିଲ ୯୫ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ୧୫୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା ।

ଏପରିକି ବାହାଘର ପରେ କନ୍ୟା ପିତାଙ୍କର ମୃତ୍ୟୁ ବି ହୋଇଛି । ଏହି ଖବର ପରେ ଆଖପାଖ ଅଞ୍ଚଳରେ କୋକୁଆ ଭୟ । ରାଜସ୍ଥାନର ସିଆଲୁ କାଲା ଗାଁର ସୁରେନ୍ଦ୍ର ଶେଖାଓ୍ୱତଙ୍କ ଝିଅ ବାହାଘର ଗତ ଏପ୍ରିଲ ୨୫ ତାରିଖରେ ଥିଲା । ସରକାର ବାହାଘରରେ ୧୧ ଜଣଙ୍କୁ ସାମିଲ ଅନୁମତି ଦେଇଥିବା ବେଳେ ଏଠାରେ ଶତାଧିକ ଲୋକ ଆସିଥିଲେ । ବାହାଘର ପରେ ପ୍ରଥମ କନ୍ୟା ପିତାଙ୍କ ମୃତ୍ୟୁ ହୋଇଥିଲା ।

ପରେ ଟେଷ୍ଟ ପରେ ଅନ୍ୟମାନେ ପଜିଟିଭ ବାହାରିଛନ୍ତି । ପୂର୍ବରୁ ଗାଁ ଲୋକ ଭାବୁଥିଲେ କରୋନା କେବଳ ସହରରେ ହେଉଛି । ଗାଁରେ ନାହିଁ । ଏଥିପାଇଁ କଟକଣାକୁ ବେଖାତିର କରି ଶତାଧିକ ଲୋକ ଏକାଛି ହେବାରୁ ମାଡିଲା ମହାମାରୀ । ଏବେ ଗାଁ ଲୋକ ସଚେତନ ହୋଇଛନ୍ତି । କେହି ଆଉ ଘରୁ ବାହାରୁ ନାହାନ୍ତି ।

Leave A Reply

Your email address will not be published.