Latest Odisha News

ବ୍ଲାକ୍ ଫଙ୍ଗସ୍ ବଢାଉଛି ଚିନ୍ତା

ଦିଲ୍ଲୀ : କରୋନା ନିଦ ହଜାଇ ଦେଇଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଯୋଗୁ ବଢୁଛି ଚିନ୍ତା । ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୫ହଜାର ୫୦୦ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏଥିରୁ ୧୨୬ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିଭଳି ସେମାନଙ୍କ ମଧ୍ୟର ମହାରାଷ୍ଟ୍ରରେ ହିଁ ସବୁଠାରୁ ଅଧିକ ୯୦ଜଣ ମୃତକ ରହିଛନ୍ତି । ତା ପରେ ହରିଆଣାରେ ୧୪, ଉତ୍ତରପ୍ରଦେଶରେ ୮ଜଣଙ୍କର ପ୍ରାଣହାନୀ ଘଟିଛି ।

ଅନ୍ୟ ରାଜ୍ୟ ଗୁଡିକରେ ଘାତକ ରୋଗ ପାଇଁ ଲିପୋସୋମାଲ ଆମ୍ଫୋଟେରିସିନ୍ –ବି ଭୂତାଣୁ ବିରୋଧୀ ମେଡିସିନ୍‌ର ଘୋର ଅଭାବ ରହିଛି । ବେଶୀ କରି କୋଭିଡ଼ ପୀଡିତଙ୍କ ପାଖରେ ଏହି ଲକ୍ଷଣ ବେଶୀ ଦେଖାଯାଉଥିବା ବେଳେ ସମସ୍ୟା ବଢିଯାଇଛି । ମହାମାରୀ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ପରିସ୍ଥିତିକୁ ଦେଖି ପଞ୍ଜବା, ହରିଆଣା, କର୍ଣ୍ଣାଟକ, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ମହାମାରୀ ଘୋଷଣା ହୋଇସାରିଛି ।

ଅତି କମ୍‌ରେ ଦେଶରେ ୧୦ଟି ରାଜ୍ୟରେ ଏହାର ମୁକାବିଲା ପାଇଁ ସମ୍ପୃକ୍ତ ଭୂତାଣୁ ମୁକିବଲା ନେଇ କୌଣସି ମେଡିସିନ୍ ନାହିଁ । ସର୍ବାଧିକ ୧,୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ମାତ୍ର ୧୦ ପ୍ରତିଶତଙ୍କ ପାଇଁ ଏହି ଓଷଧ ଉପଲବ୍ଧ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ପରିସ୍ଥିତି ଅଣାୟତା ହେବା ପୂର୍ବର ରାଜ୍ୟ ମାନଙ୍କୁ ମେଡିସିନ୍ ସବୁ ଯୋଗାଯାଇପାରିଲେ ପରିସ୍ଥିତି କିଛିଟା ରୋକାଯାଇପାରିବ ।

Leave A Reply

Your email address will not be published.