Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ୯୫ ବର୍ଷ ବୟସ୍କ ବୃଦ୍ଧ; ଅଭିବାଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: କରୋନା ବିରୋଧରେ ଲଢେଇ କରି ଗଞ୍ଜାମ ଜିଲ୍ଲାର ଜଣେ ୯୫ ବର୍ଷ ବୟସ୍କ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗତ ଜୁଲାଇ ୧୮ରେ ସୋରଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗାଁର ଉଦୟନାଥ ବିସୋଇ ସୀତାପାଲ୍ଲୀର ଟାଟା କୋଭିଡ ଡାକ୍ତରଖାନାରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲେ। ସେ ସବୁଠାରୁ ଅଧିକ ବୃଦ୍ଧ ବ୍ୟକ୍ତି ଭାବେ କରୋନା ବିରୋଧରେ ଲଢେଇ କରି ବିଜୟ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିସୋଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “କରୋନାର ମୁକାବିଲା କରିବା ଲାଗି ଏହି ବିଜୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।

Comments are closed.