Latest Odisha News

ସୁଚିନ୍ତିତ ଯୋଜନା ଅନୁସାରେ ପୁରୀରେ ଅପରାଧକୁ ନିୟନ୍ତ୍ରଣ କରାଯିବ :ଏସପି ଅଖିଳେଶ୍ୱର ସିଂ

ପୁରୀ:ପୁରୀରେ ଅପରାଧକୁ ହାର କମାଇବା ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏସପି ଅଖିଳେଶ୍ୱର ସିଂ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିନେଇ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମୁଁ ପୁରୀବାସୀଙ୍କୁ ଅନୁରୋଧ କରୁଛି କୌଣସି ଭୟ ନ କରି ଅପରାଧୀଙ୍କ ବିରୋଧରେ ଥାନାକୁ ଆସି ଏଫଆଇଆର ରୁଜୁ କରନ୍ତୁ । ବାକି ସବୁ ଆମେ ଦେଖିବୁ ବୋଲି ସେ କହିଛନ୍ତି ।

ରଥଯାତ୍ରା ସମୟରେ ପୁରୀ ପୋଲିସର କୋଭିଡ-୧୯ ମୁକାବିଲାକୁ ସେ ଏହି ଅବସରରେ ଭୂୟସୀ ପ୍ରଶଂସା କରିଥିଲେ । ସହରରେ ସିସିଟିଭି ଠିକ୍ ଭାବେ କାର୍ଯ୍ୟ କରୁ ନ ଥିବା ସମ୍ପର୍କରେ ସେ କହିଥିଲେ, ଏହା ନିଶ୍ଚିତ ଭାବେ ଅନୁଧ୍ୟାନ କରାଯିବ ଏବଂ କିପରି କାର୍ଯ୍ୟକାରୀ ହେବ ସେଥିନେଇ ଯତ୍ନବାନ୍ ହେବି । ଉମାଶଙ୍କର ଦାସଙ୍କ ସ୍ଥାନରେ ସିଂ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉମାଶଙ୍କରଙ୍କ ବଦଳି ଭୁବନେଶ୍ୱର ଡିସିପି ଭାବେ ହୋଇଛି ।

Leave A Reply

Your email address will not be published.