Latest Odisha News

BREAKING NEWS

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ ଦେଖିବାକୁ ମିଳୁଛୁ । ଆଉ ଦର୍ଶକ ମଧ୍ୟ ଭିଡିଓକୁ ପସନ୍ଦ କରୁଛନ୍ତି । ନିକଟରେ ଏଭଳି ଏକ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକେ କହିଛନ୍ତି, ‘ଶିଖିବା ପାଇଁ କୌଣସି ବୟସ ନଥାଏ’ ।

୫୭ ସେକେଣ୍ଡର ଏହି ଭିଡିଓରେ ଜଣେ ୯୫ ବର୍ଷୀୟ ବୃଦ୍ଧା କାର୍ ଚଲାଉ ଥିବା ଦେଖିବାକୁ ମିଳିଛି । ବୟସର ଅପରାହ୍ନରେ ସେ ନିଜକୁ ଦୁର୍ବଳ ନ ଭାବି ବିନଦାସ୍  ମନରେ କାର୍ ଚଲାଉଛନ୍ତି । ଆଉ ପାଖରେ ତାଙ୍କ ନାତି ବସିଥିବା ଦେଖିବାକୁ ମିଳିଛି । ବୃଦ୍ଧା ଜଣଙ୍କ କାର ଚଲାଇବା ସହ ନାତିଙ୍କ ସହ କଥା ବି ହେଉଛନ୍ତି । ନାତି ପଚାରୁଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛନ୍ତି । ଗାଡ଼ି ଚଲାଇବା ସହ ଆଉ କ’ଣ  ଚଲାଇଛନ୍ତି ବୋଲି ନାତି ପଚାରୁଛି । ଉତ୍ତରରେ ବୃଦ୍ଧା ଜଣଙ୍କ କହିଛନ୍ତି, ମୁଁ ବନ୍ଧୁକ ବି ଧରିଛି’।

ଏହି ଭିଡିଓକୁ ସୋସାଲ ମିଡିଆ Xରେ  ନାଗାଲାଣ୍ଡର ଜଣେ ମନ୍ତ୍ରୀ ତେମଜେନ ଇମ୍ମା ଅଲୋଗ ନିଜର ଆକାଣ୍ଟରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି ,ଦାଦି ଜୀ is Rocking at the age of 95.  ଖବର ଲେଖାଯିବା ସୁଦ୍ଧା ଭିଡିଓକୁ ୩୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ବୃଦ୍ଧାଙ୍କ ଏହି  ଭିଡିଓକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ୟୁଜର୍ସମାନେ ଲେଖିଛନ୍ତି, ‘ଦାଦି ଜୀଙ୍କ ଡ୍ରାଇଭିଂଙ୍ଗ୍ ଷ୍ଟାଇଲ୍ ଓ ମିଠାମିଠା କଥା ହୃଦୟକୁ ବେଶ୍ ଛୁଇଁ ପାରୁଛି ’’।

Leave A Reply

Your email address will not be published.