Latest Odisha News

BREAKING NEWS

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା ।

ଖବର ମୁତାବକ, ଗତକାଲି (ରବିବାର) ବିଳମ୍ବିତ ରାତିରେ ରାଜଧାନୀର ଭିଏସଏସ ନଗରରେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟର ଜୋତିରଞ୍ଜନ ମହାପାତ୍ରଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ ୪ ଜଣ ଦୁର୍ବୁତ୍ତ । ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି ।

ଜୋତିରଞ୍ଜନ ରସୁଲଗଡରୁ ଏକ ବାଇକ ଯୋଗେ ଭିଏସଏସ ନଗର ଦେଇ ତାଙ୍କର ଜଣେ ସାଙ୍ଗଙ୍କ ସହ ଘରକୁ ଫେରୁଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ହେଲେ ସ୍ଥାନୀୟ ଲୋକ ଆସିବାରୁ ଦୁର୍ବୃତ୍ତମାନେ ଉକ୍ତ ସ୍ଥାନ ଛାଡି ପଳାଇଥିଲେ । ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ । ଚିକିତ୍ସା ପରେ ଜ୍ୟୋତି ଏବେ ଘରକୁ ଫେରିଛନ୍ତି ।

ଏହି ଘଟଣା ପରେ ସାମ୍ବାଦିକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ କେଉଁ କାରଣରୁ ଦୁର୍ବୁତ୍ତମାନେ ଏଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ସେନେଇ କିଛି ଜାଣିନଥିବା କହିଛନ୍ତି ଜ୍ୟୋତିରଞ୍ଜନ ।

Leave A Reply

Your email address will not be published.