Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୮୮ ପଜିଟିଭ୍

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ପ୍ରତିଦିନ ଚିହ୍ନଟ ହେଉଛନ୍ତି ସର୍ବାଧିକ ଆକ୍ରାନ୍ତ । ଯାହାକୁ ନେଇ ରାଧାନୀବାସୀଙ୍କ ଚିନ୍ତା ବଢ଼ିଛି । ଏଭଳିସ୍ଥିତିରେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୯୮୮ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୬୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୨୨ । ସେହିପରି ରାଜଧାନୀରୁ ସୁସ୍ଥ ହୋଇଛନ୍ତି ଆଉ ୭୭୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନରୁ ସର୍ବାଧିକ ୫୧ ଜଣ ଥିବା ବେଳେ, ପଟିଆରୁ ୫୦, ନୟାପଲ୍ଲୀରୁ ୪୯ ଜଣ ଅଛନ୍ତି । ସେହିପରି ଝାରପଡ଼ାରୁ ୩୫, ଡୁମୁଡୁମାରୁ ୩୩, ଖଣ୍ଡଗିରିରୁ ୩୧, ସିଆରପିରୁ ୩୧, ଚନ୍ଦ୍ରଶେଖରପୁରରୁ ୨୪, ଲକ୍ଷ୍ମୀସାଗରରୁ ୨୧, ବଡ଼ଗଡ଼ରୁ ୨୧, ମଞ୍ଚେଶ୍ବରରୁ ୨୩, ସହିଦନଗରରୁ ୨୧, ରସୁଲଗଡ଼ରୁ ୨୩, ସୁନ୍ଦରପଦାରୁ ୧୪, ଶାସ୍ତ୍ରୀନଗରରୁ ୧୫ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀରୁ ୧୫ ଜଣ ଥିବା ବେଳେ, ବଡ଼ଗଡ଼ରୁ ୧୨, ଓଲ୍ଡ ଟାଉନରୁ ୧୫, ବରମୁଣ୍ଡାରୁ ୬, ଖଣ୍ଡଗିରିରୁ ୭, ପଟିଆରୁ ୮, ଲକ୍ଷ୍ମୀସାଗରରୁ ୧୧, ଡୁମୁଡୁମାରୁ ୭ ଜଣ ଅଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୫୯ ହଜାର ୧୬୩ ଜଣ । ଏମାନଙ୍କ ମଧ୍ୟରୁ ୪୭ ହଜାର ୪୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୮୯ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୧ ହଜାର ୪୧୮ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.