Latest Odisha News

ବ୍ଲାକ ଫଙ୍ଗସ ଚିହ୍ନଟ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ମହାମାରୀ କରୋନା ମଧ୍ୟରେ ଏବେ ଚିନ୍ତା ବଢ଼ାଇଲାଣି ବ୍ଲାକ୍ ଫଙ୍ଗସ ସଂକ୍ରମଣ । ରାଜ୍ୟରେ ବ୍ଲାକ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ସରକାର । ବ୍ଲାକ୍ ଫଙ୍ଗସ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟି ବ୍ଲାକ ଫଙ୍ଗସ୍‌ ରୋଗୀଙ୍କ ପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରିବ । ରାଜ୍ୟ ସରକାର ଗଠନ କରିଥିବା କମିଟିରେ ୭ ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି । ତେବେ ଗଠିତ ହୋଇଥିବା କମିଟିରେ ଅଧ୍ୟକ୍ଷ ଅଛନ୍ତି ଡାକ୍ତର ନିରୂପମା ଚଇନି ।

ଏହି କମିଟିରେ ମେଡିସିନ, ଇଏନ୍‌ଟି, ଛାତି ରୋଗ ବିଭାଗ ମୁଖ୍ୟ ସଦସ୍ୟ । ଏହି କମିଟି ବିଭିନ୍ନ ହସ୍ପିଟାଲରେ ଚିହ୍ନଟ ହେଉଥିବା ବ୍ଲାକ୍‌ ଫଙ୍ଗସ ରୋଗୀଙ୍କୁ ତଦାରଖ କରିବ । ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ଲକ୍ଷଣକୁ ଦୃଷ୍ଟିରେ ରଖି ତଥା ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ତଥା ଏଭଳି ରୋଗୀଙ୍କୁ ଆଗୁଆ ଚିହ୍ନଟ ପାଇଁ ଏକ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିବ କମିଟି । ଏନେଇ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.