Latest Odisha News

BREAKING NEWS

ଭଲ ଖବର: ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି ।

୯୯ ଜଣ ସୁସ୍ଥଙ୍କ ମଧ୍ୟରୁ ଯାଜପୁରର ୧୬ଜଣ, ଖୋର୍ଦ୍ଧାର ୧୩ଜଣ, କେନ୍ଦ୍ରାପଡାର ୧୧ଜଣ, ଗଞ୍ଜାମର ୯ଜଣ, ଦେବଗଡର ୮ଜଣ, କଟକର ୭ଜଣ, ଜଗତସିଂହପୁରର ୭ଜଣ, ବାଲେଶ୍ୱରର ୬ଜଣ, ବରଗଡର ୬ଜଣ, ବଲାଙ୍ଗୀରର ୬ଜଣ, କେନ୍ଦୁଝରର ୪ଜଣ, ନୟାଗଡର ୩ଜଣ ଓ କୋରାପୁଟ, ସମ୍ବଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜି ସକାଳେ ରାଜ୍ୟରେ ପୁଣି ୧୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.