Latest Odisha News

BREAKING NEWS

ଦିଲ୍ଲୀରେ ବାରମ୍ବାର ଭୂମିକମ୍ପ: ବଡ ଧରଣର ବିପଦ ନେଇ ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପନ ହେବା ଏବେ ଚିନ୍ତାର କାରଣ ହୋଇଛି । କମ୍ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୨ ମାସରେ ୧୪ଥର ହେଲାଣି । ଆଇଆଇଟି ଧନବାଦର ପ୍ରଫେସର ପିକେ ଖାନଙ୍କ ମତରେ ଏହା ଏକ ବଡ ବିପଦର ପ୍ରାରମ୍ଭିକ ସୂଚନା । ଦିଲ୍ଲୀ ଓ ବିହାର ମଧ୍ୟରେ ୭.୫ରୁ ୮.୫ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଆସିବା ନେଇ ସେ ସଂଶୟ ବ୍ୟକ୍ତ କରିଛନ୍ତି ।

ଯଦି ଆହୁରି ପୂର୍ବକୁ ଯିବା ତାହାହେଲେ ୨ ବର୍ଷ ମଧ୍ୟରେ ଦିଲ୍ଲୀ ଏବଂ ତାର ଆଖପାଖ ଅଂଚଳରେ ୨୦୦ ଥର ଭୂମିକମ୍ପ ହୋଇଛି । ସେହିପରି ଦିଲ୍ଲୀ ସିଭିଲ ଇଂଜିନିୟର ବିଭାଗର ପ୍ରଫେସର ଜାଭେଦ ଏନମଲିକଙ୍କ ମତରେ ୧୮୮୫ରୁ ୨୦୧୫ ମଧ୍ୟରେ ୭ ବଡ ଭୂମିକମ୍ପ ହୋଇଛି । ଏବେ ଏକ ବଡ ଧରଣର ଭୂମିକମ୍ପକୁ ଆଖି ଆଗରେ ରଖି ସରକାରଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.