Latest Odisha News

BREAKING NEWS

ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯାତନା ଅଭିଯୋଗ

ଉଦଳା: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ନିର୍ଯାତନା ଅଭିଯୋଗ । ଖୁଣ୍ଟା ଥାନା ବାସିପିଠାସ୍ଥିତ ଏକ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କୁ ମାଡ଼ ମାରିବା ସହ ବ୍ଲେଡ୍‌ରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଛାତ୍ରଙ୍କ ଦେହରେ ଶତାଧିକ କଟା ଦାଗ ଦେଖିବାକୁ ମିଳିଛି । ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି ।

ସୂଚନା ଅନୁସାରେ, କିଛି ନବମ ଶ୍ରେଣୀ ଛାତ୍ରମାନେ ହଷ୍ଟେଲରେ ବସି ମଦ ପିଉଥିବାବେଳେ ଦେଖିଦେଇଥିଲେ ପୀଡିତ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ । ଏ ନେଇ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ଛାତ୍ର ଜଣଙ୍କ । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସେହି ନବମ ଶ୍ରେଣୀ ଛାତ୍ରମାନେ ତାକୁ ପରଦିନ ଏକ ରୁମ ଭିତରେ ଲୁହା ରଡ଼ରେ ମାଡ଼ ମାରିଥିଲେ ।  ଏହା ସହିତ ହାତକୁ ବ୍ଲେଡରେ କାଟି ଦେଇଥିଲେ ଏହା ପରେ ବିଧା, ଗୋଇଠା ମାରିବା ସହିତ କ୍ଷତ ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ ।  କେବଳ ସେତିକି ନୁହେଁ ଉକ୍ତ ଛାତ୍ରମାନେ ତାଙ୍କୁ ଛୁରୀ ଦେଖାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।  ତେବେ ଘଟଣାଟି ଗତ ଫେବୃଆରୀ ମାସର ହୋଇଥିବା ବେଳେ ପିଲାଟି ଡରି କିଛି କାହାକୁ ଜଣାଇନଥିଲା । କିନ୍ତୁ କିଛି ଦିନ ପୂର୍ବରୁ ଏନେଇ ଛାତ୍ରଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି  । ସେପଟେ ଉକ୍ତ ଘଟଣାକୁ ସ୍ବୀକାର କରିଛି ସ୍କୁଲ କର୍ତ୍ତୃପକ୍ଷ । ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବୁ ବୋଲି କହିଛି ବିଦ୍ୟାଳୟ କତ୍ତୃପକ୍ଷ ।

Comments are closed.