Latest Odisha News

BREAKING NEWS

ସେପ୍ଟେମ୍ବର ୧୫ ଯାଏଁ ଓଡିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ସେପ୍ଟେମ୍ବର ୧୨ ତାରିଖ ଆଡକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏପରିକି ୧୧ ରୁ ୧୫ ସେପ୍ଟେମ୍ବର ଯାଏଁ ରାଜ୍ୟର ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୧ ସେପ୍ଟେମ୍ୱର- ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଖୋର୍ଦ୍ଧା, ଗଞ୍ଜାମ, ପୁରୀ, ନୟାଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ସୋନପୁର, ଅନୁଗୁଳ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜ ।

୧୨ ସେପ୍ଟେମ୍ୱର- ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ

୧୩ ସେପ୍ଟେମ୍ୱର- ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା

୧୪ ସେପ୍ଟେମ୍ୱର- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, ଗଜପତି

୧୫ ସେପ୍ଟେମ୍ୱର- ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ

Leave A Reply

Your email address will not be published.