Latest Odisha News

ପ୍ରାଚୀଙ୍କ ସହ ପୃଥ୍ୱୀ ଶ’ଙ୍କର କିଛି ଚକ୍କର ଚାଲିଛି କି!

ମୁମ୍ବାଇ: ଟିମ୍ ଇଣ୍ଡିଆର ଉଦୀୟମାନ ପୃଥ୍ୱୀ ଶ’ ଓ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ମଧ୍ୟରେ କିଛି ଚକ୍କର ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏଥିନେଇ ଉଭୟଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଏବେ ଶ’ ଇଣ୍ଡିଆନ ପ୍ରିମିୟର ଲିଗ ଖେଳିବା ପାଇଁ ୟୁଏଇ ଗସ୍ତରେ ଅଛନ୍ତି । ସେ ଦିଲ୍ଲୀ କ୍ୟାପଟାଲ୍ସ ଟିମ୍ ପକ୍ଷରୁ ଖେଳିବେ । କରୋନା ମହାମାରୀ ଲକଡାଉନ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା କିଛି ଅଲଗା ରୂପ ନେଇଥିବା ଅନୁମାନ କରାଯାଉଛି ।

ଶ’ ଆଇପିଏଲ ସମ୍ପର୍କୀତ ଯାହା ବି କିଛି ଶେୟାର କରୁଛନ୍ତି ପ୍ରାଚୀ ଏଥିନେଇ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଦିଲ୍ଲୀ କ୍ୟାପଟାଲ୍ସ ସେପ୍ଟେମ୍ବର ୨୦ରେ କିଙ୍ଗସ ଇଲେଭନ ପଞ୍ଜାବ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.