ନୂଆଦିଲ୍ଲୀ: ଯେକୌଣସି କମ୍ପାନୀରେ ଚାକିରୀ କଲେ କମ୍ପାନୀ ତରଫରୁ ଆଇଡି କାର୍ଡ ମିଳିବା ଅତି ସାଧାରଣ କଥା। ତେବେ ଆଣେ ଯଦି ଆପଣଙ୍କୁ କହିବୁ ଯେ ମଣିଷ ଭଳି ଏକ ବିଲେଇକୁ ଚାକିରୀ ସହ ନିଜ ପରିଚୟ ପାଇଁ ମିଳିଛି ଆଇଡ଼କାର୍ଡ। ତେବେ କ’ଣ ଆପଣ ବିଶ୍ୱାସ କରିବେ? ମାତ୍ର କଥାଟି ସତ…
ଏଭକି ଏକ ଘଟଣା ସାମ୍ନାକୁ ଆସିଛି ଅଷ୍ଟ୍ରେଲିଆର ରିଚମଣ୍ଡ ସହରେ । ସ୍ଥାନୀୟ ଏକ ହସ୍ପିଟାଲ ରେ ବିଲେଇଟି ପାଲଟିଛି ସିକ୍ୟୁରିଟି ଟିମର ସଦସ୍ୟ ପାଲଟିଛି। ଏହି ବିଲେଇର ନାଁ ହେଉଛି ଏଲଉଡ୍। ନିଜ ଦାୟିତ୍ଵକୁ ଠିକ ଭାବେ ତୁଲାଇବା ସହ କର୍ତ୍ତବ୍ୟନିଷ୍ଠଏହି ବିଲେଇକୁ ମିଳିଛି ଏକ ଆଇଡ଼କାର୍ଡ
ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିଲେଇ ଟିକୁ ଦରମା ବଦଳରେ ଉତ୍ତମ ଖାଦ୍ୟପେୟ ଓ ଯତ୍ନ ନେଉଛନ୍ତି ହସ୍ପିଟାଲ କର୍ମକର୍ତ୍ତା। ବିଲେଇକୁ ମିଳିଥିବା ଏହି ଆଇକାର୍ଡରେ ତା’ର ଫଟୋ ସହିତ ନାଁ ଓ ସିକ୍ୟୁରିଟି ଗାର୍ଡ ଲେଖା ହୋଇଛି। ହସ୍ପିଟାଲର ମୁଖ୍ୟ ଗେଟରେ ତାକୁ ରଖାଯାଇଛି। ଯେଉଁଠି ବିଲେଇଟି ଯିବାଆସିବା କରୁଥିବା ଲୋକଙ୍କ ଉପରେ ନଜର ରଖୁଛି ।
Comments are closed.