Latest Odisha News

BREAKING NEWS

ଏହି ଗାଁ ଲୋକଙ୍କ ଭାଷା ଅନ୍ୟ ମାନଙ୍କ ପାଇଁ ଅବୁଝା, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: କୁହାଯାଏ ଭାଷା ହିଁ ଯୋଗାଯୋଗର ଏକ ବଲିଷ୍ଠ ମାଧ୍ୟମ । ତେବେ ଯଦି କାହା ଭାଷା ଆପଣ ବୁଝି ପାରିବେ ନାହିଁ କି ଆପଣଙ୍କ ଭାଷା ଅନ୍ୟମାନେ ବୁଝି ପାରିବେ ନାହିଁ ତେବ ଭାବନ୍ତୁ ଜୀବନ ବଞ୍ଚିବା କେତେ ମୁସ୍କିଲ ହୋଇଯିବ। ଭାରତରେ ବଭକି ଅନେକ ଅନେକ ରହସ୍ୟମୟ କଥା ଲୁଚି ରହିଛି ଯାହାକୁ ବାହାର କରିବାକୁ ଗଲେ ଏକ ଯୁଗର ଅବସାନ ଘଟି ଯିବ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଭାରତରେ ଏମିତି ଏକ ରସହ୍ୟମୟ ସ୍ଥାନ ରହିଛି ହିମାଚଳ ପ୍ରଦେଶରେ।

ଏଠାରେ ରହିଛି  ଏକ ରହସ୍ୟମୟ ଗାଁ। ଏହି ଗାଁର ଲୋକ ଅତି ଅଦ୍ଭୂତ ଭାଷାରେ କଥାବାର୍ତ୍ତା କରନ୍ତି, ଯାହା ଅନ୍ୟ କୌଣସି ଲୋକ ବୁଝିବା ଅସମ୍ଭବ।ଏହି ଭାଷାକୁ ‘କାନାଶି’ ନାମ ଦିଆଯାଇଛି। ଯାହା ବହୁତ ରହସ୍ୟଜନକ। ସେଠାକାର ଲୋକେ ଏହାକୁ ଏକ ପବିତ୍ର ଭାଷା ବୋଲି ବିବେଚନା କରିଥାନ୍ତି। ଏହି ଭାଷାର ଏକ ସ୍ବତନ୍ତ୍ର କଥା ହେଲା ଦୁନିଆର ଆଉ କେଉଁଠି ଏହି ଭାଷାରେ କେହି କଥାବାର୍ତ୍ତା କରନ୍ତି ନାହିଁ। ଏହି ଭାଷାକୁ ବାହାର ଲୋକଙ୍କୁ ମଧ୍ୟ ଏମାନେ ଶିଖାନ୍ତି ନାହିଁ।

ହିମାଳୟ ଶିଖରରେ ଥିବା ଏହି ଗାଁର ନାମ ହେଉଛି ‘ମାଲାନା’। ଏହାର ଚତୁଃପାର୍ଶ୍ୱରେ ବରଫର ପାହାଡ଼ ଘେରି ରହିଛି। ଗାଁଟିର ଲୋକ ସଂଖ୍ୟା ୨୦୦୦ ପାଖାପାଖି ହେବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁଟି ଖୁବ ସୁନ୍ଦର । ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ବିଶ୍ୱର ସବୁ ସ୍ଥାନରୁ ଲୋକେ ଆସିଥାନ୍ତି।

Leave A Reply

Your email address will not be published.