ଭୁବନେଶ୍ୱର: ଉଦ୍ଘାଟିତ ହେଲା ବ୍ରହ୍ମପୁର ସହରର ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଜିପଲ୍ଲୀ-ଇଞ୍ଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜ ନିର୍ମିତ ହୋଇଛି ।
ସେହିପରି ଦିଗପହଣ୍ଡିରେ କପା ପ୍ରକ୍ରିୟାକରଣ କାରଖାନାର ମଧ୍ୟ ଶିଳାନ୍ୟାସ କରାଯାଇଛି । ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ଏହି କପା କାରଖାନା ପ୍ରତିଷ୍ଠା ହେଉଛି । କପାକଳରେ ୧୦୦ ଜଣଙ୍କୁ ନିଯୁକ୍ତି ମିଳିବା ସହ ଏଥିରେ ୬ ବ୍ଳକର ଚାଷୀ ଉକପୃତ ହେବେ ।
ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ ବ୍ରହ୍ମପୁରକୁ ଆଧୁନିକ ସହର କରିବାକୁ ଯୋଜନା ହେଉଛି । ଗଞ୍ଜାମରେ କରୋନା ସ୍ଥିତି ସ୍ୱାଭାବିକ ହେଉଛି, କିନ୍ତୁ ବିପଦ ଟଳିନି ।’ ଗଞ୍ଜାମବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । କୋଭିଡ ଗାଇଡଲାଇନ୍କୁ ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ନବୀନ ।
Comments are closed.