Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କହିଲେ କରୋନା ଭାଇରସ ମାନବ ନିର୍ମିତ ବୋଲି ମୋ ପାଖରେ ପ୍ରମାଣ ଅଛି

ୱାଶିଂଟନ: ଚୀନରୁ ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି । ପୂର୍ବରୁ ଚୀନର କେତେକ ଡାକ୍ତର ଏଥିନେଇ ମୁହଁ ଖୋଲିବା ପରେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରିଥିଲେ । ତେବେ ଚୀନରୁ ଲୁଚି ପଳାଇ ଆସିଥିବା ଭାଇରୋଲୋଜିଷ୍ଟ ଲି ମେଙ୍ଗ ୟାନ ପୁନର୍ବାର ମୁହଁ ଖୋଲିଛନ୍ତି । ଆମେରିକାରେ ରହୁଥିବା ମେଙ୍ଗ କହିଛନ୍ତି ଏହି ଭାଇରସ ମାନବ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମୋ ପାଖରେ ପ୍ରମାଣ ରହିଛି । ଏହାକୁ ଖୁବ୍ ଶୀଘ୍ର ଲୋକଲୋଚନକୁ ଆଣିବି ବୋଲି ସେ କହିଛନ୍ତି ।

ସେ ଏହା କହିବା ପରେ ଚୀନ ପକ୍ଷରୁ ତାଙ୍କୁ ହତ୍ୟା କରାଯିବା ନେଇ ଉଦ୍ୟମ କରାଯାଉଛି । ତେବେ ସେ ଯାହା ହେଉ ଏହାକୁ ସେ ପ୍ରମାଣ କରି ଦେଖାଇବେ ବୋଲି ଦୃଢ଼ତା ସହକାରେ କହିଛନ୍ତି ।

Leave A Reply

Your email address will not be published.