Latest Odisha News

BREAKING NEWS

ପ୍ରଯୋଜନାକୁ ଓହ୍ଲାଇଲେ ଓଲିଉଡର ଡ୍ରିମ୍ ଗାର୍ଲ ପ୍ରିୟା ଚୌଧୁରୀ

ଭୁବନେଶ୍ୱର: ବହୁ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ପ୍ରିୟା ପୁଣି ଥରେ ନାୟିକା ଭାବେ ଆସୁଛନ୍ତି , ଏଥି ସହ ସେ ଫିଲ୍ମର ପ୍ରଯୋଜନା ବି କରିବେ । ଗତ ୭ ତାରିଖରେ ଏହି ଫିଲ୍ମର ମହୁରତ ହୋଇଛି । ଫିଲ୍ମରେ ପ୍ରିୟାଙ୍କ ବିପକ୍ଷରେ ନାୟକ ଅଛନ୍ତି ବବି ମିଶ୍ର । ମଂଜରୀ ଟିଭି ପ୍ରସ୍ତୁତ ଏହି ଫିଲ୍ମର ନାଁ ରଖାଯାଇଛି ‘ପାରୋ ହେଟସ୍ ଦେବଦାସ’ ।

ଅଶୋକ ପତି ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନ୍ୟାନ୍ୟ ଭୂମିକାରେ ପିଣ୍ଟୁ ନନ୍ଦ, ଶ୍ରୀଜିତ୍‌, ସିମ୍ରନ, ବିଦୁସ୍ମିତା, ରବି ମିଶ୍ର, ହୃଷୀ, ମନସ୍ୱିନୀ ଆଦି ଅଛନ୍ତି । ତେବେ ଫିଲ୍ମରେ ପାରୋ ପ୍ରିୟା ତାଙ୍କ ଦେବଦାସ ବବି ମିଶ୍ରଙ୍କୁ କେମିତି ହେଟ୍ କରୁଛନ୍ତି ତାହା ଫିଲ୍ମ ରିଲିଜ ହେଲା ପରେ ହିଁ ଜଣାପଡିବ ।

Leave A Reply

Your email address will not be published.