ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ଆଜି ସେ ଭୁବନେଶ୍ୱରରେ ତାଙ୍କ କରୋନା ପରୀକ୍ଷା କରିଥିଲେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ କୋଭିଡ ଟେଷ୍ଟ କରିବା ପାଇଁ ବିଧାୟକ ଅନୁରୋଧ କରିଛନ୍ତି ।
Comments are closed.