ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସ୍ ଏବେ ସମ୍ପୂର୍ଣ୍ଣ ଭାବେ ଡ୍ରଗ୍ସ ଆଧାରିତ ହୋଇ ପଡିଛି । ପୂର୍ବରୁ ଏହା କେବଳ ନେପୋଟିଜିମ ଓ ମୁଭି ମାଫିଆଙ୍କ ଷଡଯନ୍ତ୍ର ବୋଲି ଜଣା ପଡୁଥିଲା । ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ଅନେକ ଅଭିନେତା ଏନସିବି ସ୍କାନରକୁ ଆସିଛନ୍ତି । ରିପୋର୍ଟ ମୁତାବକ ପ୍ରତିଷ୍ଠିତ ପ୍ରଡ୍ୟୁସର କରନ ଜୋହର ଏବେ ଏନସିବି ଜାଲରେ ପଡିବାକୁ ଯାଉଛନ୍ତି ।
୨୦୧୯ରେ କରନ ଜୋହରଙ୍କ ପାର୍ଟିର ଭିଡିଓ ଫୁଟେଜ ଏନସିବି ଯାଂଚ କରିବ । ଯଦି ଏହା ହୁଏ ତାହାହେଲେ ଇଣ୍ଡଷ୍ଟ୍ରିର ଟପ ଗ୍ରେଡ କଳାକାର ଏଥିରେ ପଡି ପାରନ୍ତି । ରିୟା ତାଙ୍କ ବୟାନରେ ୮୦ ପ୍ରତିଶତ ସେଲିବ୍ରେଟି ନିଶା ସେବନ କରନ୍ତି ବୋଲି କହିଥିଲେ । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ସୁଶାନ୍ତଙ୍କ କେସରେ ଡ୍ରଗ୍ସ ମାଫିଆଙ୍କ ହାତ ଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି ।
Comments are closed.