Latest Odisha News

BREAKING NEWS

ହର୍ଷବର୍ଦ୍ଧନ କହିଲେ, ‘ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ଚାରି ମାସ ଭିତରେ ଆସିପାରେ କରୋନ ଭ୍ୟାକସିନ୍ । ତେବେ ଭ୍ୟାକସିନ୍ ଆସିବା ପରେ ପ୍ରଥମେ ମୁଁ ନେବି। ରବିବାର ଏଭଳି କିଛି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ କୌଣସି ସନ୍ଦେହ ଅଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଭ୍ୟାକସିନ୍ ନେବେ । କରୋନା ଭ୍ୟାକସିନ୍ ଆସିବା ପରେ ପ୍ରାଥମିକତା ହିସାବରେ ଭ୍ୟାକସିନ୍ ଦିଆଯିବ । ଭ୍ୟାକସିନକୁ ନେଇ ଜରୁରୀକାଳୀନ ପ୍ରାଧିକରଣ ଉପରେ ଖୁବ ଶୀଘ୍ର ସହମତି ମିଳିପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ପ୍ରାଥମିକତା ଆଧାରରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ, ଅନ୍ୟାନ୍ୟ ରୋଗରେ ପୀଡିତ ଲୋକଙ୍କୁ ପ୍ରଥମେ ଭ୍ୟାକସିନ୍ ଦିଆଯିବ । ଯଦି ଲୋକଙ୍କ ମନରେ ଭ୍ୟାକସିନକୁ ନେଇ ଭ୍ରମ ସ୍ଥିତି ରହିଛି ତାହେଲେ ସର୍ବ ପ୍ରଥମେ ସେ ନିଜେ ଭ୍ୟାକସିନ୍ ନେବେ ବୋଲି ଡ.ହର୍ଷବର୍ଦ୍ଧନ କହିଛନ୍ତି ।

ଏପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ଶୁଭାରମ୍ଭ କରିବା ଲାଗି ତାରିଖ ଧାର୍ଯ୍ୟ ହୋଇନାହିଁ। ଆସନ୍ତାବର୍ଷର ପ୍ରଥମ ଚାରିମାସରେ ଟିକା ପ୍ରସ୍ତୁତ ହୋଇପାରେ। ‘ରବିବାର ସମ୍ବାଦ’ର ପ୍ରଥମ ଅଧ୍ୟାୟରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ।

ବ୍ରିଟିସ୍ ଔଷଧ ନିୟନ୍ତ୍ରକମାନେ ସ୍ଥଗିତ ଥିବା ଆଷ୍ଟ୍ରାଜେନିକା ନିର୍ମିତ କୋଭିଡ୍-୧୯ ଟିକା ପୁନଃପରୀକ୍ଷା କରିବାକୁ ଅନୁମତି ଦେବାର ଗୋଟିଏ ଦିନ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ଇଂଲଣ୍ଡ୍‌ ସ୍ଥଗିତ ରଖିବା ଦେଖି ଭାରତର ଡ୍ରଗ୍ କଣ୍ଟ୍ରୋଲର୍‌ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ଆଷ୍ଟ୍ରାଜେନିକାର ଭାରତୀୟ ଅଂଶୀଦାର ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ମଧ୍ୟ ଟିକା ପରୀକ୍ଷା ବନ୍ଦ କରି ଦେଇଥିଲା।

Leave A Reply

Your email address will not be published.