Latest Odisha News

BREAKING NEWS

ବିଧାନସଭା ଅଧିବେଶନ: ଆସନ୍ତା ୨୫ ରେ ସର୍ବଦଳୀୟ ବୈଠକ ଡକାଇବେ ବାଚସ୍ପତି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୫ ରେ ସର୍ବଦଳୀୟ ବୈଠକ ଡକାଇବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର । ଏନେଇ ବାଚସ୍ପତି ସୋମବାର ଦିନ ସୂଚନା ଦେଇଛନ୍ତି ।

ଏହି ବୈଠକରେ କୋଭିଡ ଗାଇଡ଼ଲାଇନକୁ କଡାକଡି ପାଳନ କରି ଗୃହର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।।

ବିଧାନସଭା ଅଧିବେଶନ ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୭ ରେ ଶେଷ ହେବ। ରବିବାର ଦିନ ଗୃହ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ତେବେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଅକ୍ଟୋବର ୨ ରେ ବିଧାନସଭା ବନ୍ଦ ରହିବା ନେଇ ସୂଚନା ମିଳିଛି ।

Comments are closed.