Latest Odisha News

BREAKING NEWS

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟର

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ ଆଉ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସେହିପରି ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି ।

କରୋନା କଟକଣା ଭିତରେ ପରୀକ୍ଷା କରାଯିବ । ଅକ୍ଟୋବର ୧୦ ସୁଦ୍ଧା ଏସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ଘୋଷଣା କରିଛି । ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ନକରିବା ନେଇ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.