Latest Odisha News

BREAKING NEWS

ବାହାଘରର ୧୨ ଦିନ ପରେ ବିଚ୍ଛେଦ, ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଇଛି ପୋଲିସ ।

ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ ସେମ ଅହମଦଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ରୁଜ୍ଜୁ ପରେ ସେମଙ୍କୁ ଗୋଆ ରେ ଗିରଫ କରାଯାଇଛି । ପୁନମ ନିଜ ସ୍ୱାମୀ ବିରୋଧରେ ମାରପିଟ ଓ ଧମକାଉଥିବା ନେଇ ଅଭିଯୋଗ କରିଥିଲେ । ଜଣେ ଅଧିକାରୀ କହିଛନ୍ତି ଘଟଣା ଦକ୍ଷିଣ ଗୋଆର କାନାକୋନା ଗାଁରେ ଘଟିଛି । ପୁନମ ସେଠାକୁ ଏକ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । ସୋମବାର ବିଳମ୍ବିତ ରାତିରେ ପୁନମ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ତାଙ୍କ ସହ ମାରପିଟ କରିଥିଲେ ଓ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲେ । ପୁନମ ଥାନାରେ ଅଭିଯୋଗ କରିବ ପରେ ତାଙ୍କ ସ୍ୱାମୀକୁ ଗିରଫ କରାଯାଇଛି ।

ପୁନମ ପାଣ୍ଡେ ସେପ୍ଟେମ୍ବର ୧୦ ତାରିଖରେ ନିଜ ପ୍ରେମିକ ସେମଙ୍କୁ ସିକ୍ରେଟ ବିବାହା କରିଥିଲେ । ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟରେ କିଛି ଫଟୋ ସେୟାର କରିଥିଲେ । ଫଟୋ ସେୟାର କରି ପୁନମ ଲେଖିଥିଲେ, ‘୭ଜନ୍ମ ଯାଏଁ ତୁମ ସହିତ ରହିବି’ ।  ପୁନମ ନିଜର ଏହି ସିକ୍ରେଟ ବାହାଘରକୁ ନେଇ ଅନେକ ଖୁଲାସା ମଧ୍ୟ କରିଥିଲେ ।

Leave A Reply

Your email address will not be published.