ବଡ଼ବିଲ୍: ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ର ଓଡ଼ିଶା ଖଣି ବିଭାଗ ପକ୍ଷରୁ ୯ ଅକ୍ଟୋବରରେ ବଡ଼ବିଲ୍ ଟାଉନ୍ସିପ୍ଠାରେ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ସମ୍ପର୍କିତ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏକ’ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ’ (Mental Health and Wellbeing) କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ, ଆବେଗିକ ସ୍ୱାସ୍ଥ୍ୟ (emotional wellbeing), ଚାପ ପରିଚାଳନା ଏବଂ ସହଯୋଗପୂର୍ଣ୍ଣ କାର୍ଯ୍ୟସ୍ଥଳର ଗୁରୁତ୍ୱ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ମନୋବିଜ୍ଞାନୀ ଋତୁପର୍ଣ୍ଣା ମେହେର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କାର୍ଯ୍ୟସ୍ଥଳରେ ଚାପ ପରିଚାଳନା ତଥା ଆବେଗିକ ସ୍ୱାସ୍ଥ୍ୟ ବଜାୟ ରଖିବା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ଖଣି ବିଭାଗର ମୁଖ୍ୟ (HR) ଚିତ୍ତରଞ୍ଜନ ବାହିନୀପତି କର୍ମଚାରୀଙ୍କ କଲ୍ୟାଣ ପାଇଁକମ୍ପାନୀ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯେପରିକି ସଚେତନତା କାର୍ଯ୍ୟକ୍ରମ, ଚାପ ପରିଚାଳନା କର୍ମଶାଳା ଏବଂ ପରାମର୍ଶ ସେବା (counselling) ବିଷୟରେ ଆଲୋକପାତ କରିଥିଲେ।
ସେ ଗୁରୁତ୍ୱାରୋପ କରିଥିଲେ ଯେ ମାନସିକ ସ୍ୱାସ୍ଥ୍ୟ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମଚାରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମଟି ବିଭିନ୍ନ ପର୍ଯ୍ୟାୟରେ ଆୟୋଜନ କରାଯାଇଥିଲା। ପାରସ୍ପରିକ ଆଲୋଚନା ଏବଂ ପରାମର୍ଶ ସୁଯୋଗ ମାଧ୍ୟମରେ, ଏହି କାର୍ଯ୍ୟକ୍ରମ କର୍ମଚାରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ଗୁରୁତ୍ୱ ଦେବା ପାଇଁ ଉତ୍ସାହିତ କରିଥିଲା।

