Latest Odisha News

BREAKING NEWS

ଦୀପିକା, ସାରା, ଶ୍ରଦ୍ଧା କପୁର ସମେତ ଏସବୁ ଅଭିନେତ୍ରୀଙ୍କୁ NCBର ସମନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କର ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଯେତିକି ଆଗେଉଛି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଡ୍ରଗ୍ସ ଲିଙ୍କରେ ବଢିଛି ବଲିଉଡ୍ ବିୟୁଟି ତଥା ମସ୍ତାନୀ ଗର୍ଲ ଦୀପିକା ପାଦୁକୋନଙ୍କ ଅଡୁଆ । ହାଜର ହେବାକୁ ସମନ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଦୀପିକା ପାଦୁକୋନଙ୍କ ସମେତ ସୈଫ ଅଲ୍ଲି ଖାନ ତନୟା ସାରା ଅଲ୍ଲୀ ଖାନ୍, ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ରୁକୁଲ ପ୍ରୀତ ସିଂହଙ୍କ ସମେତ ସାତ ଜଣଙ୍କୁ ସମନ ଜାରି ହୋଇଛି । ଆସନ୍ତା ତିନି ଦିନ ଭିତରେ ଏମାନେ ହଜାର ହେବେ । ଜେରା ପରେ ବୟାନ ରେକର୍ଡ କରିବି ଏନସିବି ।ଆସନ୍ତା ୨୫ ତାରିଖରେ ଦୀପିକା ପାଦୁକୋନ ଏବଂ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ୨୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଡ୍ରଗ୍ସ ଲିଙ୍କରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ଏନସିବି । ରିୟାଙ୍କୁ ଜେରା ବେଳେ ଖୋଲିବାରେ ଲାଗିଛି ବଲିଉଡ ବିୟୁଟିଙ୍କ ଡ୍ରଗ୍ସ କନେକ୍ସନର ଗୁମର । ଗତକାଲି ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଓ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସୀର ସିଇଓ ଧ୍ରୁବ ଚିତଗୋପେକରଙ୍କୁ ବି ସମନ ହୋଇଥିଲା।

ଦୀପିକା ପାଦୁକୋନ ଓ କରିସ୍ମା ପ୍ରକାଶଙ୍କ ଡ୍ରଗ୍ସ ସମ୍ପର୍କିତ ହ୍ୱାଟ୍ସଆପ୍ ଟାର୍ଟଏସିବି ହାତରେ ଲାଗିଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଖୋଳତାଡ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତଦନ୍ତ ବେଳେ ନୂଆ ନୂଆ ରହସ୍ୟ ସାମନାକୁ ଆସୁଛି ।

Leave A Reply

Your email address will not be published.