Latest Odisha News

BREAKING NEWS

ଭଲ ଖବର: ଚିହ୍ନଟ ହେଉଛନ୍ତି କମ୍ କରୋନା ଆକ୍ରାନ୍ତ, ସୁସ୍ଥ ଅଧିକ

ନୂଆଦିଲ୍ଲୀ: କରୋନା ଦେଶରେ କାୟା ବିସ୍ତାର କରିଛି । ଏବେ ପାଖାପାଖି ଲକ୍ଷେ ଲୋକ ସଂକ୍ରମିତ ହେଉଛନ୍ତି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି ଏଣିକି ପ୍ରତିଦିନ ପଜିଟିଭ୍ କମ୍ ବାହାରୁଛନ୍ତି ଓ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ଗତ ପାଞ୍ଚ ଦିନରେ ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆରୋଗ୍ୟ ଲାଭ କରିଛନ୍ତି ଅଧିକ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୧୯ ତାରିଖରେ ସାରା ଦେଶରୁ ୯୩ ହଜାର ୩୩୭ ପଜିଟିଭ୍ କେସ୍ ବାହାରିଥିଲା । ଆରୋଗ୍ୟ ଲାଭ କରିଥିଲେ ୯୫ ହଜାର ୮୮୦ ଆକ୍ରାନ୍ତ । ସେହିପରି ୨୦ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୨ ହଜାର ୬୦୫ ଥିଲା । ସୁସ୍ଥଙ୍କ ସଂଖ୍ୟା ଥିଲା ୯୪ ହଜାର ୬୧୨ ।

୨୧ ତାରିଖରେ ଦେଶରୁ ୮୬ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୯୩ ହଜାର ୩୫୬ ଜଣ । ୨୨ ତାରିଖରେ ୭୫ ହଜାର ୮୩ ନୂଆ କରୋନା କେସ୍ ସାମନାକୁ ଆସିଥିଲା । ଆରୋଗ୍ୟଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୧ ହଜାର ୪୬୮ ।

ଗତକାଲି ୮୩ ହଜାର ୩୪୭ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୮୯ ହଜାର ୭୪୬ କରୋନା ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ରହିଛି ୮୧ ପ୍ରତିଶତ । ମୋଟ୍ ୪୫ ଲକ୍ଷ ୮୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୫୬ ଲକ୍ଷ ୪୬ ହଜାରରୁ ଅଧିକ ।

Leave A Reply

Your email address will not be published.