Latest Odisha News

BREAKING NEWS

ଶ୍ରେୟସ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ଦୁବାଇ: ଆଇପିଏଲର୍ ପ୍ରଥମ ପରାଜୟ ବରଣ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଗତକାଲି ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ହାରିଛି । ଏହାସହ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟାରଙ୍କୁ ଲାଗିଛି ଡବଲ୍ ଝଟକା ।

ପ୍ରଥମେ ମ୍ୟାଚ୍ ହାରିଥିଲେ । ଏହାପରେ ଶ୍ରେୟସ ଆୟାରଙ୍କ ଉପରେ ପଡିଛି ଫାଇନ୍ । ସ୍ଲୋ ଓଭର ରେଟ୍ ପାଇଁ ସେ ଜରମାନା ଗଣିବେ । ଆଇପିଏଲ୍ କୋଡ୍ ଅଫ୍ କଣ୍ଟକ୍ଟ ଅନୁସାରେ ସ୍ଲୋ ଓଭର ରେଟ୍ ପାଇଁ ଶ୍ରେୟସ ଆୟାରଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି ।

ଶ୍ରେୟସ ଆୟାରଙ୍କ ପୂର୍ବରୁ ଚଳିତ ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ କ୍ୟାପଟେନ୍ ବିରାଟ କୋହଲିଙ୍କ ଉପରେ ସ୍ଲୋ ଓଭର୍ ରେଟ୍ ପାଇଁ ୧୨ ଲକ୍ଷ ଫାଇନ୍ ପଡ଼ିଥିଲା । କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ୨୦ ଓଭର ବୋଲିଂ ପାଇଁ ଆରସିବି ନେଇଥିଲେ ୨ ଘଣ୍ଟା ।

Leave A Reply

Your email address will not be published.